www.samajalive.in
Saturday, December 6, 2025
16.1 C
Bhubaneswar

ବେଳାଭୂମି ପାର୍କିଂ ଟେଣ୍ଡରକୁ ନେଇ ଥମୁନି ବିବାଦ, ଧାରଣା ଦେଲେ ଆବେଦନକାରୀ

ଗୋପାଳପୁର : ଗୋପାଳପୁର ଏନଏସିରେ ବେଳାଭୂମି ପାର୍କିଂ ଟେଣ୍ଡରକୁ ନେଇ ଚଳିତ ବର୍ଷ ମାର୍ଚ୍ଚ ଠାରୁ ଆଜି ସୁଦ୍ଧା ବିବାଦ ଥମିବାର ନାଁ ନେଉନଥିବା ଦେଖିବାକୁ ମିଳିଛି  । ବେଳାଭୂମି ପାର୍କିଂ ଟେଣ୍ଡରର ବିଜ୍ଞପ୍ତି ପ୍ରକାରେ ଆଜି ଅପରାହ୍ନ ୩ଟା ସମୟରେ ଟେଣ୍ଡର ଖୋଲାଯିବା ପାଇଁ ଉଲ୍ଲେଖ ରହିଥିଲା l ଚଳିତ ଥର ଟେଣ୍ଡର ପ୍ରକ୍ରିୟାରେ ୩ ଜଣ ଆବେଦନ କରିଥିବାବେଳେ କୌଣସି କାରଣକୁ ନେଇ ଚିଠି ନମ୍ବର ୨୦୧୩ ତାରିଖ ୩୦/୫/୨୫ ପ୍ରକାରେ ଆସନ୍ତା ଜୁନ ୨ ତାରିଖରେ ଟେଣ୍ଡର ଖୋଲାଯିବା ନେଇ ନୋଟିସ ହୋଇଥିଲା । ଯାହାକୁ ନେଇ ଆବେଦନକାରୀଙ୍କ ମଧ୍ୟରେ  ଅସନ୍ତୋଷ ଦେଖାଦେବା ସହ ବିଜ୍ଞପ୍ତି ଅନୁଯାୟୀ ଆଜି ଟେଣ୍ଡର ପ୍ରକ୍ରିୟା କରିବାକୁ ଏ ସି କାର୍ଯ୍ୟାଳୟ ଫାଟକ ବନ୍ଦ କରି ବହୁ ସମୟ ଧରି ଧାରଣା ଦେଇଥିଲେ। ଖବର ପାଇ ଗୋପାଳପୁର ପୁଲିସ ସେଠାରେ ପହଂଚି ବୁଝାସୁଝା କରିବା ପରେ ଆବେଦନକାରୀମାନେ ଧାରଣାରୁ ଓହରି ଫାଟକ ଖୋଲିଥିଲେ । ସୂଚନା ପ୍ରକାରେ ପୂର୍ବରୁ ବେଳାଭୂମି ପାର୍କିଂ ଟେଣ୍ଡର ୨ ଥର ବାତିଲ ହୋଇଥିବାବେଳେ ପୁଣି ଥରେ ଚଳିତ ମାସ ୧୯ ତାରିଖରେ ଚିଠି ନମ୍ବର ୧୯୪୨ ପ୍ରକାରେ ତୃତୀୟ ଥର ନିମନ୍ତେ ଟେଣ୍ଡର ଆହ୍ବାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୯ ତାରିଖ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଟେଣ୍ଡର ପେପର ବିକ୍ରୀ କରାଯିବା ସହ ଆଜି ଅପରାହ୍ନ ୩ ଟା ସମୟରେ ଟେଣ୍ଡର ଖୋଲାଯିବା ପାଇଁ ଉଲ୍ଲେଖ ରହିଥିଲା । ଏନଏସି କାର୍ଯ୍ୟାଳୟରୁ ପି.ଆନନ୍ଦ,କାଜଲ ପାତ୍ର,ବି.ଭୁଲକ୍ଷ୍ମୀ ଟେଣ୍ଡର ପେପର କିଣି ଏନଏସି କାର୍ଯ୍ୟାଳୟରେ ଆବେଦନ କରିଥିଲେ । କିନ୍ତୁ ଶେଷ ତାରିଖରେ ସ୍ଥାନୀୟ ଅଂଚଳର ଏ.ପାର୍ବତୀ ଟେଣ୍ଡର ପେପର କିଣିବା ପାଇଁ ଯାଇଥିବାବେଳେ ଦାୟିତ୍ୱରେ ରହିଥିବା କିରାଣୀଙ୍କୁ ଟେଣ୍ଡର ଫର୍ମ ମାଗିଥିଲେ । କିନ୍ତୁ ମଧ୍ୟାହ୍ନରେ କିରାଣୀ ଜଣଙ୍କ ମଧ୍ୟାନ୍ନ ଭୋଜନ ଖାଇ ଆସିବା ପରେ ଫର୍ମ ଦେବି କହି ଅଫିସକୁ ଫେରି ନ ଥିଲେ ।

ଦୀର୍ଘ ସମୟ ଅପେକ୍ଷା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀଙ୍କୁ ବାରମ୍ବାର ମୋବାଇଲରେ ଯୋଗାଯୋଗ କରିଥିଲେ ମଧ୍ୟ କଲ ରିସିଭ କରିନଥିଲେ l ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଏନଏସି କାର୍ଯ୍ୟାଳୟରେ ଅପେକ୍ଷା କରି ନିରାଶ ହୋଇ ଫେରିଥିବା ଅଭିଯୋଗ କରିଥିଲେ । ଏ ନେଇ ଆଜି ଏ.ପାର୍ବତୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଟେଣ୍ଡରକୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ପାଇଁ ନୋଟିସ ଜାରି କରାଯାଇଛି । ଏ ନେଇ ଏନଏସି ଅଧକ୍ଷ ଏ.ଜାନକୀ ରାମଙ୍କ ସହ ଯୋଗାଯୋଗବେଳେ ବେଳାଭୂମି ପାର୍କିଂ ଟେଣ୍ଡର ବିବାଦ ନେଇ ପୁଣି ବାତିଲ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ଏବଂ ବାରମ୍ବାର ହେଉଥିବା ବିବାଦକୁ ନେଇ ବାତିଲ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ଟେଣ୍ଡର ପେପର ୩ ଜଣ କିଣି ଆବେଦନ କରିଥିଲେ । ଆଜି ଅପରାହ୍ନ ୩ ଟା ସମୟରେ ଟେଣ୍ଡର ଖୋଲାଯିବା ପାଇଁ ନିଷ୍ପତି ହୋଇଥିଲା । କିନ୍ତୁ ଆଜି ରାଜ୍ୟର ଗୃହ କମିଟି ଆସିଥିବାରୁ ହେତୁ ବ୍ୟସ୍ତ ଥିବାରୁ ଏହାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କହିଛନ୍ତି । ଏହା ସହ ଜଣେ ତିନୋଟି ଫର୍ମ କିଣି ଥିବା ଅଭିଯୋଗକୁ ତଦନ୍ତ କରାଯିବ ବୋଲି କହିଛନ୍ତି । ଅଧକ୍ଷ କହିଥିବା ଟେଣ୍ଡର ବାତିଲକୁ ନେଇ ଉଚ୍ଚ କର୍ତ୍ତୃପକ୍ଷ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।

ନାଇଜେରିଆରେ ପ୍ରବଳ ବନ୍ୟା, ୮୮ ମୃତ

- Advertisement -

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories