www.samajalive.in
Saturday, December 6, 2025
23.1 C
Bhubaneswar

ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ଭାବାନ୍ତର’

ଭୁବନେଶ୍ବର : ରିଲିଜ ହୋଇଛି ନୂଆ ଓଡ଼ିଆ ସିନେମା ଭାବାନ୍ତର। ପ୍ରେମ, ବିବାହ ଓ ପରିବାର ମଧ୍ୟରେ ଥିବା ଭାବର ଅନ୍ତରକୁ ନେଇ ନିର୍ମିତ ସିନେମା , “ଭାବାନ୍ତର”ର ପ୍ରିମିୟର ଶୋ ଅନୁଷ୍ଠିତ ହୋଇଯାଇଛି। ଏହା ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ | ଶ୍ରୀତମ ,ଶ୍ରାବଣୀ ଓ ମିଲନ ତିନୋଟି ଚରିତ୍ରକୁ ନେଇ ଗତିଶୀଳ ହୋଇଛି ସିନେମା। ଶ୍ରୀତମ ,ଶ୍ରାବଣୀ ପରିସ୍ଥିତିରେ ପଡି ବାହାହୋଇ ଥିଲେ ମଧ୍ୟ ମିଲନକୁ ଭଲ ପାଇବା ଯୋଗୁ ଶ୍ରାବଣୀ ଓ ଏମାନଙ୍କ ସମ୍ପର୍କରେ ତିକ୍ତତା ଆସିଛି। ବାକି କାହାଣୀ ଦର୍ଶକ ସିନେମା ଦେଖିବା ପରେ ଜାଣିପାରିବେ ।

ତ୍ୟାଗ ,ଭଲ ପାଇବା ,ପ୍ରେମ ଓ ବିରହର ବେଦନାକୁ ଦେଖିବାକୁ ପାଇଛନ୍ତି ଦର୍ଶକ।”ଭାବାନ୍ତର “ଏକ  ଭିନ୍ନ ସ୍ୱାଦର କାହାଣୀ ବୋଲି କହିଛନ୍ତି ନାୟିକା ସୂର୍ଯ୍ୟମୟୀ । ସିନେମାରେ ଅଭିଷେକ ,ସୂର୍ଯ୍ୟମୟୀ ,ସରୋଜ ନନ୍ଦ ,ରବି ତ୍ରିପାଠୀ ,ବିନାୟକ ମିଶ୍ର ,ମମତା ସାହୁ ଓ ପ୍ରିୟା ବିଶୋଇ ପ୍ରମୁଖ ଅଭିନୟ କରିଛନ୍ତି। ସିନେମାରେ ପ୍ରଯୋଜକ ,ନିର୍ଦ୍ଦେଶକ ,ସଂଳାପ ଅନନ୍ତ ମହାପାତ୍ର ହୋଇଥିବାବେଳେ ଧ୍ରୁବାନନ୍ଦ ପଣ୍ଡା ସିନେମାଟୋଗ୍ରାଫର ଅଛନ୍ତି।

ଅଡ଼ୁଆରେ ଅରଶଦ ଓ୍ବାରସି, ଠକେଇ ଅଭିଯୋଗରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ

- Advertisement -

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories