www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସରକାରୀ ବାସଭବନରୁ ଚୋରି 

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତର ପିପିଳିଆ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ଗତ କାଲି ରାତିରେ ଚୋରି ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି । ଅନୁସନ୍ଧାନରୁ ଜଣାଯାଇଛି ଯେ ଉକ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଶିବାନୀ ଦାସ ନାମକ ଜଣେ ସିଏଚଓ ଚାକିରି କରନ୍ତି । ସେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମଧ୍ୟରେ ବାସ କରନ୍ତି । ଗତକାଲି ସେ ଅଫିସ କାମରେ କେନ୍ଦୁଝର ଯାଇଥିଲେ ସନ୍ଧ୍ୟା ହେବାରୁ ଫେରି ପାରି ନ ଥିଲେ ଜଣେ ସାଙ୍ଗ ଘରେ ରହି ଯାଇଥିଲେ । ମଙ୍ଗଳବାର ସକାଳେ କେନ୍ଦ୍ରକୁ ଫେରି ଦେଖିବାବେଳକୁ ସବୁ ଘରର ଚାବି ତାଡି ଜିନିଷ ପତ୍ର ଚୋରି ହୋଇଯାଇଛି । ଗୋଟିଏ ଆଟାଚି ଚୋର ନେଇ ଯାଇଛନ୍ତି । ଆଟାଚି ଭିତରେ ସୁନା, ଟଙ୍କା ଓ ଦାମୀ ଶାଢ଼ୀ ରହିଥିଲା । ସେହିପରି ବିଦ୍ୟୁତ ଇନଭର୍ଟରଟି ମଧ୍ୟ ଚୋରି ହୋଇଛି। ସେ ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଳ ଏବଂ ଏ ଏସ ଆଇ ଧନେଶ୍ୱର ପାତ୍ର ସନ୍ଧାନୀ କୁକୁର ନେଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ । ଗୁଣ୍ଡୁରୀପଶି ସାହାରପଡା ରାସ୍ତା କଡ଼ରୁ ଚୋରି ଆଟାଚି ଓ ଶାଢ଼ୀ ମିଳିଥିବା ବେଳେ ଟଙ୍କା ସୁନା ସେଥିରୁ ମିଳିନାହିଁ । ପିପିଳିଆ ଠାରୁ ଏକ କିମି ଦୂର ବଲାଣିପଶିର ବିଜୟ କୁମାର ସାହୁଙ୍କ ଦୋକାନରୁ ମଧ୍ୟ ସେହି ରାତିରେ ଚୋରି ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଥିବା ଜାଣିବାକୁ ମିଳିଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories