www.samajalive.in
Monday, December 15, 2025
15.1 C
Bhubaneswar

ମାଙ୍କଡା ପଥର ଲୁଟୁଛନ୍ତି ଖଣି ମାଫିଆ, ସମସ୍ତେ ଚୁପ୍

ରଣପୁରଗଡ : ରାଜସ୍ବର ଏକ ପ୍ରମୁଖ ଉତ୍ସ ହେଉଛି ଖଣି ଖାଦାନ। ଖଣିଜ ପଦାର୍ଥ ମଧ୍ୟରେ ବହୁ ସ୍ଥାନରେ ଲଘୁଜାତ ଖଣିଜ ପଦାର୍ଥ ରହିଛି। ଲଘୁଜାତ ଖଣିଜ ପଦାର୍ଥରୁ ରାଜସ୍ୱ ଆଦାୟ ଦାୟିତ୍ୱ ରାଜସ୍ୱ ବିଭାଗ ହାତରେ ନ୍ୟସ୍ତ ଥିଲା। କିନ୍ତୁ ସରକାର ରାଜସ୍ୱ ବିଭାଗ ହାତରୁ ଦାୟିତ୍ୱ କାଢି ନେଇ ଓଡିଶା ଖଣି ନିଗମକୁ ଲଘୁଜାତ ଖଣିଜ ପଦାର୍ଥ ଦାୟିତ୍ୱ ପ୍ରଦାନ କରିଛନ୍ତି। କର୍ମଚାରୀ ଅଭାବ ଆଳ ଦେଖାଇ ଖଣି ନିଗମ ଚେଇଁ ଶୋଇଥିବା ଅଭିଯୋଗ ହେଉଛି। ଯାହା ଫଳରେ ଚେ।ରା ଲଘୁଜାତ ଖଣିଜ ପଦାର୍ଥ ଖନନ ବଢିବାରେ ଲାଗିଛି। ଫଳରେ ସରକାର କେ।ଟି କେ।ଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ପ୍ରଶାସନ ନିଷ୍କ୍ରିୟ ହେ।ଇଥିବା ଅଭିଯୋଗ ହେଉଛି। ସ୍ଥାନୀୟ ନେତା ଓ ପ୍ରଭାବଶାଳୀ ଲୋକଙ୍କୁ ହାତବାରସୀ କରି ଖଣି ମାଫିଆମାନେ ରାତି ଦିନ ଲଘୁଜାତ ଖଣିଜ ପଦାର୍ଥ ଲୁଟ ଓ ଚାଲାଣ କରି ମାଲେମାଲ୍ ହେଉଛନ୍ତି। ସେଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ତହସିଲ ରାଇପଡା ରାଜସ୍ୱ ମଣ୍ଡଳ ଗୈ।ରଚନ୍ଦ୍ରପୁର ଅଞ୍ଚଳରେ। ଗାଁ ନିକଟ ରାଜସ୍ୱ ବିଭାଗ ଅଧିନରେ ଥିବା ଗ୍ରାମ୍ୟ ଜବତ ଜଙ୍ଗଲ ଓ ଟାଙ୍ଗୀ ବନାଞ୍ଚଳ ଅଧିକାରୀଙ୍କ ଅଧିନସ୍ଥ ଜଙ୍ଗଲକୁ ମାଫିଆମାନେ କାଟି ପଦା କରି ଚେ।ରା ମାଙ୍କଡା ଖଣି କରି ପଥର କାଟି ଚାଲାଣ କରିବାରେ ଲାଗି ପଡିଛନ୍ତି। ରାଜସ୍ୱ ସୁପରଭାଇଜର ଶିବ ନାରାୟଣ ପ୍ରଧାନ କୁହନ୍ତି ଆମ ହାତରେ ଆଉ କ୍ଷମତା ନାହିଁ। ତେଣୁ ମାଫିଆ ଆମକୁ ଧମକାଇ ଖଣି କାଟୁଛନ୍ତି। ଆମେ ନୂଆ ଚେ।ରା ମାଙ୍କଡା ଖଣି ନେଇ କେବଳ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରୁଛୁ। ସମସ୍ତେ ଚୁପ୍ ରହି ନିର୍ଦେଶ ଅପେକ୍ଷାରେ ବସିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ରାଜସ୍ୱ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories