www.samajalive.in
Sunday, December 14, 2025
23.1 C
Bhubaneswar

ସିରିଜ ଦୁର୍ଘଟଣା, ବସ ଡ୍ରାଇଭର ଗୁରୁତର

ଗଞ୍ଜାମ : ଜାତୀୟ ରାଜପଥ ହୁମା ଓ ଗଞ୍ଜାମ ମଧ୍ଯସ୍ତ ଦଶଟୁଙ୍ଗି ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିଲା । ରାସ୍ତାରେ ଏକ ଗାଈ ପାସ ହେବାବେଳେ ଟ୍ରକ ଡ୍ରାଇଭର ଗାଡିର ବେଗ କମାଇବା ପରେ ପଛରେ ଆସୁଥିବା ପିକଅପ ଗାଡି ଟ୍ରକ ପଛକୁ ଧକ୍କା ଦେଇଥିଲା । ତାପରେ ପଛରୁ ଆସୁଥିବା ଟ୍ରକ ପିକଅପକୁ ଧକ୍କା ଦେଇଥିଲା ଏବଂ ଟ୍ରକ ପଛରେ ଆସୁଥିବା ଖମ୍ବେଶ୍ବରୀ ବସ ମଧ୍ୟ ଟ୍ରକର ପଛକୁ ପିଟି ହୋଇଯାଇଥିଲା। ଏହି ସମସ୍ତ ଗାଡି ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସିରିଜ ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ଗାଡିର ଅନ୍ୟ ଦୁଇରୁ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣା ପଡିଛି । ଡ୍ରାଇଭରଙ୍କୁ ଅନେକ ଅନେକ ସମୟର ପ୍ରଚେଷ୍ଟା ପରେ ଗାଡିରୁ ବାହାର କରାଯାଇଥିଲା । ପରେ ତାଙ୍କୁ ମେଡିକାଲ ପଠାଯାଇଥିଲା । ଖବର ପାଇ ହୁମା ଫାଣ୍ଡି ପୋଲିସ  ପହଂଚି ତଦନ୍ତ କରିଛି । ଅଗ୍ନିଶମ ଗାଡି ମଧ୍ୟ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଅଞ୍ଚଳର ପ୍ରଶାନ୍ତ ଛଟେଇ, ଶିବ ପ୍ରଧାନ, ବିଦ୍ୟା ସ୍ୱାଇଁଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସିରିଜ ଦୃଘଟଣା ପରେ ରାସ୍ତା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପ୍ରକାଶ ଥାଉକି  ବ୍ରହ୍ମପୁରଠାରୁ  ରମ୍ଭା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଅବାଧରେ  ବୁଲା ଗାଈ ଗୋରୁଙ୍କ ପାଦୁର୍ଭାବ ଯୋଗୁଁ ଦୈନଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories