www.samajalive.in
Sunday, December 14, 2025
19.1 C
Bhubaneswar

ପରିବେଶ ଅନୁକୂଳ ଗମନାଗମନକୁ ତ୍ୱରାନ୍ୱିତ କରୁଛି ଇ-ବସ୍

ଭୁବନେଶ୍ୱର : ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ୪୫୦ ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ ସ୍ୱଚ୍ଛ, ସ୍ମାର୍ଟ ଏବଂ ଅଧିକ ଯାତ୍ରୀ-ଅନୁକୂଳ କରିବା ପାଇଁ ସ୍ବତନ୍ତ୍ର ରଣନୀତି ସହିତ ଦ୍ରୁତ ଗତିରେ ଆଗକୁ ବଢୁଛି ।

- Advertisement -

ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍ ଚଳାଚଳ କରୁଛି, ଯେଉଁଥିରେ ଦିଲ୍ଲୀ (୩୫୬୪), ମହାରାଷ୍ଟ୍ର (୩୨୯୬), କର୍ଣ୍ଣାଟକ (୨୨୩୬) ଏବଂ ଉତ୍ତର ପ୍ରଦେଶ (୮୫୦) ଅଗ୍ରଣୀ ରହିଛି। ଏହି ବଡ଼ ରାଜ୍ୟଗୁଡ଼ିକ ଠାରୁ ଠିକ୍ ପଛରେ ଥିବା ଓଡ଼ିଶା ସହରାଞ୍ଚଳରେ ପରିବେଶ ଅନୁକୂଳ ଗମନାଗମନ କ୍ଷେତ୍ରରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛି। ଓଡ଼ିଶା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ (୩୯୧), ଆନ୍ଧ୍ର ପ୍ରଦେଶ (୨୩୮), ଛତିଶଗଡ଼ (୨୧୫) ଏବଂ ଝାଡ଼ଖଣ୍ଡ (୪୬) କୁ ଏ କ୍ଷେତ୍ରରେ ଢେର ପଛରେ ପକାଇଛି। କେନ୍ଦ୍ର ସରକାର ପିଏମ-ଇ ବସ୍ ସେବା ଏବଂ ପିଏମ-ଇ-ଡ୍ରାଇଭ୍ ଭଳି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଓଡ଼ିଶାର ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (କ୍ରୁଟ୍‍) ଏହି ସହାୟତାର ଲାଭ ଉଠାଇବାରେ ସକ୍ରିୟ ରହିଛି, ଏବଂ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଏବଂ ଅନୁଗୁଳକୁ “ଆମ ବସ” ସେବାର ସମ୍ପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି ।

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶାର ସବୁଜ ଦୃଷ୍ଟିକୋଣ ଉପରେ ଆଲୋକପାତ କରି “ଇ-ପରିବହନରେ ଓଡ଼ିଶାର ଦ୍ରୁତ ଅଗ୍ରଗତି ଉଭୟ ପରିବେଶ ଏବଂ ଲୋକଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା କହିଛନ୍ତି। ଇ-ବସ ଗୁଡ଼ିକର ସମ୍ପ୍ରସାରଣ କେବଳ ଜ୍ଞାନକୌଶଳର ବିଷୟରେ ନୁହେଁ-ଏହା ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନଜନକ, ସୁଲଭ ଏବଂ ପରିବେଶ ଅନୁକୂଳ ଯାତ୍ରା ପ୍ରଦାନ କରିଥାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମର ପ୍ରୟାସ ହେଉଛି ଆଗାମୀ ପିଢ଼ି ପାଇଁ ସ୍ୱଚ୍ଛ, ସବୁଜ ଏବଂ ସ୍ଥାୟୀ ସହରୀ କେନ୍ଦ୍ର ନିର୍ମାଣ କରିବା  ବୋଲି କହିଛନ୍ତି। ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ସମନ୍ୱିତ ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଇ-ବସ୍ ସେବା ଓଡ଼ିଶାରେ ଆଧୁନିକ ସହରାଞ୍ଚଳ ପରିବହନର ମେରୁଦଣ୍ଡ ପାଲଟିଛି। ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ ଟିକେଟିଂ ଏବଂ ସବୁଜ ଭିତ୍ତିଭୂମିର ମିଶ୍ରଣ ଦ୍ୱାରା ଆମେ ଗତିଶୀଳତାକୁ ଉଭୟ ସୁବିଧାଜନକ ଏବଂ ସ୍ଥାୟୀ କରୁଛୁ। ଯାତ୍ରୀମାନଙ୍କ ଉତ୍ସାହଜନକ ଆଗ୍ରହ ଦର୍ଶାଉଛି ଯେ ଓଡ଼ିଶା ସଠିକ୍ ଦିଗରେ ଏକ ଭବିଷ୍ୟତ ଆଡକୁ ଗତି କରୁଛି ଯେଉଁଠାରେ ସାର୍ବଜନୀନ ପରିବହନ ସେବା ହିଁ ପ୍ରଥମ ପସନ୍ଦ ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories