www.samajalive.in
Sunday, December 14, 2025
26.1 C
Bhubaneswar

ମିନି ଷ୍ଟାଡିୟମରେ କୁଢକୁଢ ଅଳିଆ ଆବର୍ଜନା, ଖେଳାଳିଙ୍କ କାମରେ ଲାଗୁନି ପଡିଆ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ସଦର ମହକୁମାରରେ ରହିଛି ଏକ ମିନି ଷ୍ଟାଡିୟମ। ଏଠାରେ ବିଭିନ୍ନ ରାଜନୈତିକ ଦଳର ବୈଠକ ସହିତ ଅନ୍ଯାନ୍ଯ ସରକାରୀ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେଉଛି। ତେବେ କିଛି ଦିନ ହେଲା ଏଠାରେ ଅନେକ ଗୁଡିଏ ଅଳିଆ ଆବର୍ଜନା ଗଦା ହେଉଥିବା ଦେଖିବାକୁ ମିଳୁଛି । ତେବେ ଅଳିଆ ଆବର୍ଜନା ପକାଇବା ପାଇଁ ଏହାଠାରୁ କିଛି ଦୂରରେ ଏକ ଡଂପି ଆଡ୍ ରହିଥିବାବେଳେ କିଏ କାହିଁକି ଏଠାରେ ଏଗୁଡ଼ିକୁ ପକାଇ ଷ୍ଟାଡିୟମକୁ ଅପରିଷ୍କାର କରୁଛି ତାହା ଜଣାପଡିନାହିଁ। ଅଳିଆ ଗୁଡିକ ପଡିବା ଦ୍ବାରା ଏହାର ଚତୁଃପାର୍ଶ୍ବ ଦୁର୍ଗନ୍ଧମୟ ପରିବେଶ  ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଅନ୍ୟ ପକ୍ଷରେ ଏଠାରେ ଥିବା କେତେକ କୋଠରୀଗୁଡିକ ଖୋଲା ମେଲା ପଡିବା କାରଣରୁ ସେଠାରେ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ବହୁ ଲକ୍ଷ ଟଙ୍କା ବ୍ଯୟରେ ଯେଉଁ  ଷ୍ଟାଡିୟମଟି  ନିର୍ମାଣ ହୋଇଛି ତାହା କୌଣସି କାର୍ଯ୍ୟରେ ଲାଗୁନାହିଁ। ବିଶେଷକରି ଖେଳ ପାଇଁ ନିର୍ମାଣ କରାଯାଇଥିଲେ ମଧ୍ୟ ଏଠାରେ କୌଣସି ଟୁର୍ଣ୍ଣାମେଣ୍ଟ ଆଦି ଅନୁଷ୍ଠିତ ହେଉନାହିଁ। ସେହିପରି ପଡିଆଟି ଖାଲ ଖମାରେ ପରିପୂର୍ଣ୍ଣ ସହିତ ବର୍ଷା ହେଲେ କାଦୁଅ ପଚପଚ ହୋଇପଡୁଛି। ଯେଉଁଥିପାଇଁ ପଡିଆଟି ଖେଳ ଉପଯୋଗୀ ହୋଇ ପାରୁନାହିଁ। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହା କିପରି ଉପଯୋଗୀ ହୋଇପାରିବ ଓ ଅଳିଆ ଆବର୍ଜନାକୁ ହଟାଇବା ବ୍ଯବସ୍ଥା କରିବା ସହିତ ଖୋଲାମେଲା ପଡିଥିବା କୋଠରୀ ଗୁଡିକରେ ତାଲା ପକାଇ ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ଯବସ୍ଥା ହୋଇପାରିବ ସେଥିପାଇଁ ସାଧାରଣରେ ଦାବି ହେଉଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories