ଲକ୍ଷ୍ମୀପୁର : ସ୍ଥାନୀୟ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ସଭାପତିତ୍ବରେ ନିଶାମୁକ୍ତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜ ହେଉଛନ୍ତି ଦେଶର ଭବିଷ୍ୟତ, ଏଣୁ ଛାତ୍ରଛାତ୍ରୀମାନକୁ ନିଶାଠାରୁ ଦୂରେଇ ରହିବା ସହିତ ସୁସ୍ଥ ଜୀବନ ଯାପନ ପାଇଁ ମୁଦୁଲି ପରାମର୍ଶ ଦେଇଥିଲେ। ଶିକ୍ଷା ବିଭାଗର ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ନିଶା ମୁକ୍ତ ଅଭିଯାନ ଉପରେ କହିବା ସହିତ ନିଶା ସେବନ ଦ୍ଵାରା ସମାଜରେ ଅପରାଧ ମାନ ଘଟୁଛି ବୋଲି କରିଥିଲେ । ପିଲାମାନେ ନିଶା ସେବନ ଦ୍ଵାରା ସମାଜରେ ବ୍ୟକ୍ତିର କି କି ପ୍ରକାର କ୍ଷତି ଘଟୁଛି ଏବଂ କି ପ୍ରକାର ରୋଗ ହୋଇଥାଏ ଜାତୀୟ ସେବା ଯୋଜନା ଅଧିକାରୀ ଦୁର୍ଯ୍ୟୋଧନ ସାହୁ ବର୍ଣ୍ଣନା କରିବା ସହିତ ପରିଚାଳନା କରିଥିଲେ। ଅଧ୍ୟାପିକା ମହିମା ରାଣୀ ରାଜୁ ଶପଥ ପାଠ କରାଇ ସହିତ ଧନ୍ୟବାଦ ଥିଲେ। ଅଧ୍ୟାପିକା ସନ୍ତୋଷିନୀ ଦାସ, ଜେ କେ ପଟ୍ଟନାୟକ, ସଙ୍ଗୀତା ନାଗ, ଅଙ୍କିତା ୱାଡେକା ଏବଂ ଅଧ୍ୟାପକ ବବଲୁ ବେନ୍ୟା, ରମାକାନ୍ତ ଖୋରା , ଆମ୍ରି ହିକକା, ଏଙ୍କେଶ ଖୋରା, କୃଷ୍ଣଚନ୍ଦ୍ର ବିଶୋଇ, ଏକାଦଶ ଟାକ୍ରୀ ହରିଶ୍ ଚନ୍ଦ୍ର ବିଶୋଇ , ଭଜରାଜ୍ ବିଶୋଇ, ଏବଂ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏଥିରେ ସହଯୋଗ କରିଥିଲେ।
Popular Categories



