www.samajalive.in
Monday, December 15, 2025
17.1 C
Bhubaneswar

‘ଆମ ସଙ୍କଳ୍ପ ନିଶା ନୁହେଁ ଜୀବନ’ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି : “ଆମ ସଙ୍କଳ୍ପ ନିଶା ନୁହେଁ ଜୀବନ” ମିନି ମାରାଥନ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗୀର ଆନୁକୂଲ୍ୟରେ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ପଡିଆଠାରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୁରନ୍ଦର ବାଗ, ସମ୍ମାନୀୟ ଅତିଥି ବେଦବ୍ୟାସ ନାଗ, ଅବକାରୀ ବିଭାଗ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକାରୀ ସୀତାକାନ୍ତ ମୁଦୁଲି, ଡ଼ିଏସ୍ଇ ହରିହର ଦଳ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର,ଇନ୍ସ୍ପେକଟର ସଚିନ ବେହେରା, ବରିଷ୍ଠ ସାମ୍ବାଦିକ ମୋହନ ସୋନି,ସବ ଇନିସପେକ୍ଟର ପ୍ରବୀଣ କୁମାର ସାହୁ,ସୁମିତ କୁମାର ସାହୁ,ଏଏସଆଇ ଈଶ୍ୱର ଚନ୍ଦ୍ର ଭୋଇ,ହିଙ୍ଗୁଳା ଦାଶ,କନେଷ୍ଟବଳ ପ୍ରଫୁଲ୍ଲ ନାଗ,ରଞ୍ଜନ ମିଶ୍ର, ଆଶିଷ ପଟେଲ, ଚନ୍ଦନ ପଟେଲ, ସମସ୍ତ ବିଭାଗୀୟ ଅଧିକାରୀ,ତୁରେକେଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ମାଝୀ, ତୁରେକେଲା ଆଞ୍ଚଲିକ ସାଧନ ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ସିନ୍ଧେକେଲା କଲେଜ ଶିକ୍ଷା ବିଭାଗ ଅଧ୍ୟାପକ ଚିନ୍ମୟ ଯୋଶୀ, ଅଧ୍ୟାପକ ଦେବେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହି ପରିପ୍ରେକ୍ଷୀରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରୁ କଦଳୀପାଳି ଛକ ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ମିନି ମାରାଥନ ପରେ ସମସ୍ତେ ନିଶା ମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ । ମିନି ମାରାଥନରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶାରୀରିକ ଶିକ୍ଷା ଶିକ୍ଷକ ଶୁଭେନ୍ଦ୍ର କୁମାର ମହାନ୍ତି (ଟୁକୁ ),ବିନୋଦ ମହାପାତ୍ର,ମନୋଜ ମହାପାତ୍ର,ସୌମ୍ୟ ରଞ୍ଜନ ପାଣିଗ୍ରାହୀ,କୃଷ୍ଣଚନ୍ଦ୍ର ବାରିକ,ରାଜେନ୍ଦ୍ର ଧରୁଆ,ରାଜେନ୍ଦ୍ର ସେଠ,ଡିଙ୍ଗର ମାଝୀ,ଉପେନ୍ଦ୍ର ଚନ୍ଦନ,ଅନିଲ ଦାଶ,ହରିବନ୍ଧୁ ମେହେର,ଡୋଲେଶ୍ୱରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରବର୍ତୀ କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜଗବନ୍ଧୁ ମାଝୀ ଓ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ରଚନା ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅବକାରୀ ବିଭାଗର ସମସ୍ତ କର୍ମଚାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories