www.samajalive.in
Sunday, December 14, 2025
23.1 C
Bhubaneswar

ଯୋରନ୍ଦା ସେକ୍ଟରରେ ଆନ୍ତର୍ଜାତିକ ଯୋଗ ଦିବସ

ଆଠଗଡ଼ : ଯୋରନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଯୋରନ୍ଦା ସେକ୍ଟରର ଗାଁ କଲ୍ଯାଣ ସମିତି ସମୂହ ଆନୁକୂଲ୍ୟରେ ଯୋରନ୍ଦା ସେକ୍ଟରର ବରିଷ୍ଠ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମଙ୍କ ସଂଯୋଜନାରେ ଯୋରନ୍ଦା ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋରନ୍ଦା ଡାକ୍ତରଖାନାର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସିଦ୍ଧାର୍ଥ ବେହେରା, ଆୟୁଷ ଡାକ୍ତର ଚିରନ୍ତନ ମହାନ୍ତି, ଯୋରନ୍ଦା ସେକ୍ଟରର ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସି. ଏଚ. ଓ, ଆଶାକର୍ମୀ, ଅଙ୍ଗନବାଡିକର୍ମୀ ଓ ଗାଁ କଲ୍ଯାଣ ସମିତିର ସଭ୍ୟ ସଭ୍ୟା  ଯୋଗଦାନ କରିଥିଲେ । ଉକ୍ତ ଯୋଗ ଶିବିରରେ ଯୋଗଗୁରୁ ମିତାଞ୍ଜଳି ସାହୂ, ସ୍ମୃତିରଞ୍ଜନ ସାହୁ, ସତ୍ୟବ୍ରତ ମହାନ୍ତି ଯୋଗାଭ୍ୟାସ କରାଇଥିଲେ । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ପ୍ରତିଦିନ ଯୋଗ ଓ ପ୍ରାଣାୟାମ କରିବା ଅପରିହାର୍ଯ୍ୟ ବୋଲି ଡାକ୍ତର ବେହେରା ପ୍ରକାଶ କରିଥିଲେ। ଯୋଗ ଆମ ସଂସ୍କୃତିକୁ ଭାରତୀୟ ମୁନିଋଷିମାନଙ୍କର ଏକ ଅମୁଲ୍ୟ ଅବଦାନ। ଯୋଗ ଶରୀର ଓ ମନ, ବିଚାର ଓ କର୍ମ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ସହିତ ପ୍ରକୃତି ଓ ମଣିଷ ମଧ୍ୟରେ ସଂହତି ପ୍ରତିଷ୍ଠା କରିଥାଏ ବୋଲି ଡାକ୍ତର ମହାନ୍ତି ମତବ୍ୟକ୍ତ କରିଥିଲେ । ସୁସ୍ଥ ମସ୍ତିଷ୍କ, ସୁସ୍ଥ ଶରୀର, ସୁସ୍ଥ ଜୀବନୀଶୈଳୀ ଓ ଅବସାଦରୁ ମୁକ୍ତି ପାଇବା ପାଇଁ ସମସ୍ତେ ଯୋଗ କରିବା ନିହାତି ଆବଶ୍ୟକ। ରୋଗରୁ ମୁକ୍ତି ପାଇଁ ଯୋଗ ଆବଶ୍ୟକ ବୋଲି ସ୍ଵାସ୍ଥ୍ଯ ପରିଦର୍ଶକ ଶ୍ରୀ ଅସଲମ କହିବା ସହ ନିୟମିତ ଯୋଗ କରିବାକୁ ପରାମର୍ଶ ଦେଇଥିଲ l ସର୍ବଶେଷରେ ସଚେତନତା ଉଦେଶ୍ୟରେ ଏକ ଶୋଭାଯାତ୍ରା ଯୋରନ୍ଦା ଗ୍ରାମ ପରିକ୍ରମା କରିଥିଲା ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories