www.samajalive.in
Monday, December 15, 2025
27.1 C
Bhubaneswar

କେବଳ ନିନ୍ଦା କଲେ ହେବନି, କିଛି ସାହାଯ୍ୟ ବି କର…ଏମିତି ଲେଖି ବିଦେଶ ମନ୍ତ୍ରୀଙ୍କ ହାତରେ ପୁଟିନଙ୍କୁ ଚିଠି ପଠାଇଲେ ଖାମେନି

ସମାଜ ଡିଜିଟାଲ ଡେସ୍କ: କେବଳ ନିନ୍ଦା କଲେ ହେବନି। କିଛି ସାହାଯ୍ୟ ବି କର। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ ଏଭଳି ଚିଠି ଲେଖି ନିଜ ବିଦେଶ ମନ୍ତ୍ରୀଙ୍କ ହାତରେ ପଠାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନି।

ଇସ୍ରାଏଲ ସହିତ ଇରାନର ଯୁଦ୍ଧ ଜାରି ରହିଥିବା ବେଳେ ଆମେରିକା ଏଥିରେ ପ୍ରବେଶ କରି ଇରାନ ଉପରେ ଆକ୍ରମଣ କରିଛି। ଏହି ଘଟଣାକୁ ରୁ​‌ଷ ନିନ୍ଦା କରିଛି। ପୂର୍ବରୁ ଇସ୍ରାଏଲ ଦ୍ଵାରା କରାଯାଇଥିବା ଆକ୍ରମଣକୁ ବି ରୁଷ ନିନ୍ଦା କରିଥିଲା। ଇରାନ ସହିତ ରୁଷ ସର୍ବଦା ରହିଛି ବୋଲି ପୁଟିନ କହିଥିଲେ।

- Advertisement -

ଏବେ ଯୁଦ୍ଧ ସ୍ଥିତି ଉଗ୍ର ରୂପ ନେଇଥିବାବେଳେ ଇରାନ ନିଜର ବନ୍ଧୁ ରାଷ୍ଟ୍ର ରୁଷଠାରୁ ସହାୟତା ଲୋଡୁଛି। ତେଣୁ ଖାମେନି ନିଜ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚୀଙ୍କୁ ଚିଠି ଦେଇ ରୁଷ ପଠାଇଛନ୍ତି। ସୋମବାର ଅରାଘଚୀ ମସ୍କୋରେ ପୁଟିନଙ୍କୁ ଭେଟି ଉକ୍ତ ଚିଠି ଦେଇଛନ୍ତି। ତେବେ ଏ ସମ୍ପର୍କରେ ପୁଟିନ କ’ଣ ନିଷ୍ପତ୍ତି ନେଇଛନ୍ତି ତାହା ସାମ୍ନାକୁ ଆସିନାହିଁ। ମାତ୍ର ପୂର୍ବରୁ ରୁଷ ଇସ୍ରାଏଲ-ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ ଲାଗି ମଧ୍ୟସ୍ଥତା କରିବା ଲାଗି ପ୍ରସ୍ତାବ ଦେଇଥିଲା। ଟ୍ରମ୍ପଙ୍କ ଆକ୍ରମଣ ମଧ୍ୟପ୍ରାଚ୍ୟରେ ହିଂସାକୁ ବଢ଼ାଇବା ଆଶଙ୍କା ଥିବାରୁ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories