www.samajalive.in
Sunday, December 14, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ: କାରରେ ଯାଉଥିଲେ, ରାସ୍ତାକଡ଼ରେ ମାଡ଼ ହେଲା କ୍ଷେପଣାସ୍ତ୍ର

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ଯୁଦ୍ଧ ଦିନକୁ ଦିନ ଉଗ୍ର ରୂପ ନେଉଛି। ଏହା ମଧ୍ୟରେ ପ୍ରତିଦିନ ଯୁଦ୍ଧର କିଛି ନା କିଛି ଛାତିଥରା ଭିଡିଓ ସାମ୍ନାକୁ ଆସୁଛି। ସୋମବାର ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି। ଇସ୍ରାଏଲ ଇରାନର ତେହରାନସ୍ଥିତ ଏକ ଜେଲରେ କ୍ଷେପଣାସ୍ତ୍ର ମାଡ଼ କରିଛି। ସେହିପରି ଇରାନ ପକ୍ଷରୁ ଦକ୍ଷିଣ ଇସ୍ରାଏଲ ଅନ୍ତର୍ଗତ ଅଶଦୋଦ ଅଞ୍ଚଳରେ ବି ଅନେକ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। କିନ୍ତୁ ତା’ ଭିତରୁ ଗୋଟିଏ କ୍ଷେପଣାସ୍ତ୍ର ଆକ୍ରମଣର ଦୃଶ୍ୟ ଦେଖିଲେ ଯେକେହି ଭୟଭୀତ ହୋଇପଡ଼ିବେ।

କାରଣ ଭିଡିଓଟି​‌ରେ ଦେଖିବାକୁ ମିଳିଛି ଯେ, ରାସ୍ତାରେ ଗାଡ଼ିମୋଟର ଯାଉଛି। ଏହି ସମୟରେ ଏକ କ୍ଷେପଣାସ୍ତ୍ର ଆସି ରାସ୍ତା କଡ଼ରେ ମାଡ଼ ହେଉଛି। ଯାହାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର। ଗୋଟିଏ କାର ସେହି ବାଟରେ ଯାଉଥିବାବେଳେ ସେଥିରେ ଲାଗିଥିବା କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଛି। ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

- Advertisement -

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories