www.samajalive.in
Wednesday, December 10, 2025
23.1 C
Bhubaneswar

କ୍ରିକେଟ୍ ପ୍ରତିଯୋଗିତା – ଜଗନ୍ନାଥପୁରକୁ ହରାଇ ଗବର୍ଦ୍ଧନ ଚାମ୍ପିଅନ୍

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତର ପତ୍ରାପଡା ଖେଳପଡିଆଠାରେ ବାବା ସାହେବ ଯୁବା କେନ୍ଦ୍ର ଦ୍ବାରା ଆୟୋଜିତ ପ୍ରଥମ ଶମ୍ଭୁ ହରପାଲ ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ୍ ଗବର୍ଦ୍ଧନ ଓ ଜଗନ୍ନାଥପୁର ଦଳ ମଧ୍ୟରେ ହୋଇଥିଲା। ଗବର୍ଦ୍ଧନ ଦଳ ପ୍ରଥମେ ଟସ ଜିତି ୮ ଉଇକେଟ ବିନିମୟରେ ୧୬୦ ରନ କରିଥିବା ବେଳେ ଜବାବରେ ଜଗନ୍ନାଥପୁର ଦଳ ୮ ଉଇକେଟ ବିନିମୟରେ ୧୩୬ ରନ୍ କରି ଗବର୍ଦ୍ଧନ ଠାରୁ ପରାଜୟ ହୋଇଥିଲା।

ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି ହରିଶଙ୍କର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ, ଗାଁ ମୁଖିଆ ତ୍ରିନାଥ ଦୁର୍ଗା, ବନଭୁଲ ହରପାଲ, ଲଳିତା ହରପାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉଦଯାପନୀ ମ୍ୟାଚରେ ସନ୍ତୋଷ ନିଆଲ ଓ ଲୋଚନ ପ୍ରାଧାନୀ ଖେଳ ପରିଚାଳନା କରିଥିଲେ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories