www.samajalive.in
Wednesday, December 10, 2025
26.1 C
Bhubaneswar

ଚୈତ୍ର ମାସରେ ଦେବୀ ଆଦିଶକ୍ତିଙ୍କ ଘଟ ଯାତ୍ରାରେ କମ୍ପୁଛି ଗାଁ ଦାଣ୍ଡ

ବୌଦ୍ଧ : ଚୈତ୍ର ମାସର ପ୍ରସିଦ୍ଧ ଦଣ୍ଡନାଚ ବୌଦ୍ଧ ଜିଲାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ଚୈତ୍ରମାସ ବା ଦେବୀ ମାସରେ ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମାଆ ଆଦିଶକ୍ତିଙ୍କ ଯାତ୍ରା ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁଙ୍କ ଦ୍ବାରା ସମ୍ପନ୍ନ ହୋଇଥାଏ। ଏହି ଯାତ୍ରାରେ ଶତାଧିକ ଭକ୍ତ ସାମିଲ ହୋଇଥାନ୍ତି। ବହୁ ମାନସିକଧାରୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଅଟେ ଏହି ଦଣ୍ଡନାଚ। ବୌଦ୍ଧ ଜିଲାର ଏହି ଏକମାତ୍ର ଶକ୍ତିପୀଠରୁ ଦେବୀଙ୍କ ଘଟ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥାଏ। ସବୁଠି ବେଶ ଧୁମଧାମରେ ମାଆଙ୍କ ପୂଜାର୍ଚ୍ଚନା କରାଯାଏ। ତେବେ ମାନସିକଧାରୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇ ରହି ଆସିଛି ଏହି ଦଣ୍ଡନାଚ। ଏହି ଦଣ୍ଡନାଚରେ ବ୍ୟବହୃତ ଷୋହଳ ଖାଡି ପାରମ୍ପରିକ ବାଦ୍ୟ ମଧ୍ୟରେ ଷୋହଳ ସୁଆଙ୍ଗ ନୃତ୍ୟ ବେଶ ଆକର୍ଷଣୀୟ।

ପୁରାତନ କାଳରେ ବୌଦ୍ଧ ଜିଲ୍ଲା ବୌଦ୍ଧ ଧର୍ମରେ ବେଶ ପ୍ରଭାବ ହୋଇଥିବା ବେଳେ ସୋମବଂଶୀ ଶାସକଙ୍କ ଦ୍ୱାରା ଶୈବ ଧର୍ମର ବ୍ୟାପକ ପ୍ରସାର ଉଦ୍ଦେଶ୍ୟରେ ଏହି ଦଣ୍ଡନାଚର ଅୟମାରମ୍ଭ କରାଯାଇଥିଲା। ବୌଦ୍ଧ ଅଞ୍ଚଳର ଦଣ୍ଡ ଯାତ୍ରାରେ ପାଣି ଦଣ୍ଡ, ଧୂଳି ଦଣ୍ଡ, ଅଗ୍ନି ଦଣ୍ଡ, ବନ ଦଣ୍ଡ ଭଳି ଦଣ୍ଡ ମଧ୍ୟରେ ମାନସିକଧାରୀ ଦଣ୍ଡୁଆ ଓ ପାଟ ଭୋକ୍ତାଙ୍କ ଦ୍ବାରା ଷୋହଳ ସୁଆଙ୍ଗ ନୃତ୍ୟ ପରିବେଷଣ କରାଯାଇଥାଏ। ତେବେ ଏହି ଦଣ୍ଡ ଯାତ୍ରା ସମୟରେ ଜିଲ୍ଲାର ବିଭିନ୍ନ ଶକ୍ତିପୀଠଗୁଡ଼ିକ ବେଶ ଚଳଚଞ୍ଚଳ ହୋଇ ଉଠିଥାଏ। ବୌଦ୍ଧ ଜିଲ୍ଲାର ହାଟ ଗାଁ ଠାରେ ଥିବା ମାଆ ଆଦିଶକ୍ତିଙ୍କ ପ୍ରସିଦ୍ଧ ପୀଠରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥାଏ।

- Advertisement -

ଦେବୀ ମାଆ ଆଦିଶକ୍ତିଙ୍କ ଘଟ ବିଭିନ୍ନ ଅଞ୍ଚଳ ପରିକ୍ରମା ସହିତ ପାରମ୍ପରିକ ବାଦ୍ୟ ମଧ୍ୟରେ ଦଣ୍ଡ ଯାତ୍ରାର ବିଧି ସମ୍ପନ୍ନ ହୋଇଥାଏ। ଛତ୍ର, ବାନା, ଦେବୀଙ୍କ ଘଟକୁ ମାନସିକଧାରୀ ନିଷ୍ଠା ଓ ଶ୍ରଦ୍ଧାର ସହିତ ଆବାହନ କରିଥାନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ମାଆ ଆଦିଶକ୍ତିଙ୍କ ଚୈତ୍ର ଯାତ୍ରାରେ ମହିଳା ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ଅଂଶଗ୍ରହଣ କରିଥାନ୍ତି। ମହିଳା ଦେହୁରୀ ତଥା ବରୁଆଙ୍କ ଶରୀରରେ ଦେବୀ ଆବିର୍ଭାବ ହୋଇ ଅଞ୍ଚଳର ବିଭିନ୍ନ ସମସ୍ୟା, ରୋଗ ଦୁଃଖ ଦୂରୀକରଣ ପାଇଁ ବିଭିନ୍ନ ହୁକୁମ ଦେଇଥାନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories