ଜୟପୁର: କୋରାପୁଟ-ରାୟଗଡା ୩୨୬ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି। ଲଗାଣ ବର୍ଷାରେ ବଙ୍ଗଳା ଗୁଡ଼ା ଚବେରୀ ନଦୀ ଅସ୍ଥାୟୀ ପୋଲ ଉପରେ ୫ଫୁଟର ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଗାଡି ଚଳାଚଳ ବନ୍ଦ ରହିଥିବା ଜଣାପଡିଛି। ଅସ୍ଥାୟୀ ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଜାତୀୟ ରାଜପଥର ଉଭୟ ପଟେ ଶତାଧିକ ଛୋଟ ବଡ଼ ଗାଡ଼ି ଅଟକି ରହିଛି।
ପୋଲ ଉପରେ ୫ଫୁଟର ବର୍ଷା ପାଣି, ଗମନାଗମନ ବନ୍ଦ pic.twitter.com/ZmvCBJytwM
— Samaja Live (@samajalive) October 2, 2025



