ପାତ୍ରପୁର: ଦିଗପହଣ୍ଡି ବ୍ଲକ ଭ୍ରମର ପୁର ପଞ୍ଚାୟତ ସମାସିଙ୍ଗି ଶାସନ ରାସ୍ତାରୁ ରାତ୍ର ସାଢେ଼ ନଅ ଘଣ୍ଟା ବେଳେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଗ୍ରାମର ଦୁଇଜଣ ବ୍ୟକ୍ତି ନାଳ ରାସ୍ତାରେ ଆସୁଥିବା ବେଳେ ଏକ ବିରାଟ କାୟ ଅଜଗର ରାସ୍ତା ଉପରେ ଶୋଇ ରହିଥିଲା। ଏହାଦେଖି ଗ୍ରାମରେ ଜଣାଇବା ପରେ ଗ୍ରାମର କିଛି ଯୁବକ ଆସି ସାପଟିକୁ ଧରି ଥିଲେ। ଏହା ପରେ ସାପଟିକୁ ଏକ ଅଖା ମଧ୍ୟରେ ପୁରାଇ ନଦୀ ପାର୍ଶ୍ଵରେ ଛାଡ଼ି ଦେଇ ଥିଲେ। ସାପଟିର ଲମ୍ବ ପ୍ରାୟ ଚଉଦ ଫୁଟ ହେବ।
ଗ୍ରାମ୍ୟ ରାସ୍ତାରୁ ଅଜଗର ସାପ ଉଦ୍ଧାର pic.twitter.com/YjzlqNUSHi
— Samaja Live (@samajalive) October 2, 2025
ଗତ ଅଗଷ୍ଟ ୨୬ ତାରିଖର ଗ୍ରାମ ନିକଟରେ ଏହିପରି ଗୋଟିଏ ଅଜଗର ଉଦ୍ଧାର କରି ନିକଟ ପାହାଡ଼ରେ ଛାଡ଼ି ଥିବା ବେଳେ ଆଜି ବାହୁଦା ନଦୀରେ ବଢ଼ି ପାଣି ଥିବା ଯୋଗୁଁ ନଦୀ ପାର୍ଶ୍ବରେ ଛାଡିଥିଲେ। ସମାସିଙ୍ଗି ଗ୍ରାମର ବହୁ ଯୁବକ ବିଭିନ୍ନ ସାପ ଧରି ଛାଡୁଥିବା ବେଳେ ଏହି ପ୍ରଥା ଦୀର୍ଘ ବର୍ଷ ଧରି ଚାଲୁ ରହିଛି।



