www.samajalive.in
Monday, December 15, 2025
15.1 C
Bhubaneswar

ହୀରାଖଣ୍ଡ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା, ମଞ୍ଚସ୍ଥ ହେଲା ତା ମାର କାହାଣୀ

ବୁର୍ଲା: ଶନିବାର ହୀରାଖଣ୍ଡ ନାଟ୍ୟମହୋତ୍ସବର ଦ୍ୱିିତୀୟ ସନ୍ଧ୍ୟାରେ ଜୀବନ ରେଖା, ଭୁବନେଶ୍ୱର ପ୍ରସ୍ତୁତ କରିଛନ୍ତି ନାଟକ “ତା’ ମା’ର କାହାଣୀ”। ପ୍ରଚଳିତ ସାମାଜିକ ବ୍ୟବସ୍ଥା ବିରୋଧରେ ନାରୀ ସଂଘର୍ଷର କଥା “ତା’ ମାର କାହାଣୀ”। ତାମସାବାଲି ହୀରା କୋଠିରେ ନାଚି ଅନ୍ୟମାନଙ୍କୁ ମନୋରଞ୍ଜନ କରେ। ପରମ୍ପରା ଅନୁଯାୟୀ ନିଜର ଝିଅ ରତ୍ନାକୁ ମଧ୍ୟ ତା ନିଜର ବୃତ୍ତିରେ ପ୍ରବେଶ କରାଇବା କଥା। କିନ୍ତୁ ସେ ସେୟା କରି ନାହିଁ। ସମାଜର ଚଳଣୀ ଓ ପ୍ରଚଳିତ ବ୍ୟବସ୍ଥା ବିରୋଧରେ ଯାଇ ଝିଅକୁ ପାଠ ପଢ଼଼ାଇ କରିଛି ଜଣେ ସାମ୍ବାଦିକା। ଏବେ ଝିଅର ଏକ ଜିଦ୍‌‌ ମାଁର ସାକ୍ଷାତ୍‌‌କାର ନେବ। ତା ମାର ଜୀବନ ଶୈଳୀ ଓ କଳା ବିଷୟରେ ଏକ ଆଲେଖ୍ୟ ପ୍ରସ୍ତୁତ କରିବ କିନ୍ତୁ ଏଥିରେ ରାଜି ନୁହଁ ହୀରା। କାରଣ ସେ ତାର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ସମାଜକୁ ଜଣାଇବାକୁ ଚାହେଁ ନା। କାରଣ ପ୍ରଥମରୁ ହିଁ ତାକୁ ଏ ସମାଜ ଭୁଲ ବୁଝି ଆସିଛି ଘୃଣା କରି ଆସିଛି। କିନ୍ତୁ ନିଜକୁ ରୋକି ପାରେନି ହୀରା। ତାର ମନ ଭିତରେ ବସା ବାନ୍ଧିଥିବା ଅସନ୍ତୋଷକୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ ନ କରି ସିଧାସଳଖ ସମାଜ ଆଗରେ ମୁହଁ ଖୋଲି କହିଥିଲା -ସେ ଖରାପ ହେଇପାରେ କିନ୍ତୁ କାହାରି ଅନିଷ୍ଟକାରୀ ନୁହଁ। ହୀରା ତା ମାର କଥା ନିଜ କାହାଣୀ ଓ ତାର ଜୀବନର ଗତିପଥ ବିଷୟରେ ସବୁ ଗୋଟି ଗୋଟି କରି କହି ଚାଲେ। ତା ବୃତ୍ତି ତା ପାଇଁ ମହାନ୍‌‌। ତାମସା ତା ପାଇଁ ଏକ କଳା। ନିଜର ଜୀବକି ପାଇଁ ନାଚ, ଗୀତ, ଅଭିନୟ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରେ। ବିବାହ ନ କରି ଅନ୍ୟ ପୁରୁଷ ସହ ହୁଏତ ସେ ସମ୍ପର୍କ ରଖି ପାରିଥାଏ। କିନ୍ତୁ କେବେ ବି କାହାର ଘର ଭାଙ୍ଗିନି କି କାହାର ସଂସାରରେ ନିଆଁ ଲଗାଇ ନାହିଁ। ତଥାପି ଏ ସମାଜ ଆଗରେ ସେ କାହିଁକି ଘୃଣ୍ୟ ବୋଲି ପ୍ରଶ୍ନ କରିଛି ହୀରା। ସମାଜର ଏଭଳି ବାସ୍ତବଧର୍ମୀ କାହାଣୀକୁ ନେଇ ନାଟକ “ତା ମାର କାହାଣୀ”। ନାଟକଟିକୁ ଦେଶପାଣ୍ଡେ ରଚନା କରିଥିବା ବେଳେ ଏହାକୁ ଓଡ଼ିଆ ନାଟ୍ୟରୂପ ଦେଇଛନ୍ତି ରତ୍ନମାଳା ସ୍ୱାଇଁ। ସଂଗୀତରେ ସଜେଇଛନ୍ତି ପ୍ରତାପ ରାଉତ, ମଞ୍ଚକୁ ସଜାଇଛନ୍ତି ଚିନ୍ତାମଣୀ ବିଶ୍ୱାଳ। ଆଲୋକରେ ସଂଜୟ ସାହା, ରୂପସଜ୍ଜା ପୋଷାକରେ ଶୀତଲ ପଟ୍ଟନାୟକ, ଅଭିନୟରେ କଳାକାର କୀର୍ତ୍ତି ମହାନ୍ତି, ବୈଷୟିକ ନିର୍ଦ୍ଦେଶନା ଦୀପନ୍ୱିତ ଦାଶ ମହାପାତ୍ର, ସହଯୋଗିତା ଅମରେନ୍ଦ୍ର ସାହୁ, ନିର୍ଦ୍ଦେଶନା ଦେଇଛନ୍ତି ଅଭିନ୍ନ ରାଉତରାୟ। ଆଜି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସମ୍ବଲପୁର ମହାନଗର ନିଗମର ଉପାୟୁକ୍ତ ସୀମା କୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତିକ ନାଟକ କିଭଳି ଭାବରେ ଯୁବ ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଉଛି ତାହା ଉପରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ବିଧୁଭୂଷଣ ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ନାଟ୍ୟବିଦ୍‌‌ ବ୍ରଜେନ୍ଦ୍ର ନାୟକ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ ନୃପରାଜ ସାହୁଙ୍କ ପୌରୋହିତ୍ୟରେ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଦୃଶ୍ୟ ନାଟ୍ୟଶ୍ରମର ନିର୍ଦ୍ଦେଶକ ଅତୀଶ କୁମାର ଶତପଥି। ଆଜି ସଂନ୍ଧ୍ୟାରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ନାଟ୍ୟକର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆୟୋଜନରେ ସହାୟତା କରିଥିଲେ ସର୍ବଶ୍ରୀ ନରେନ୍ଦ୍ର ବେହେରା, ବଳରାମ ହୋତା, ଶୁଭମ ମେହେର, ରାହୁଲ ଗୁପ୍ତା, ସୁମିତ୍ରା ମାହାକୁର, ଶର୍ମିଷ୍ଠା ପ୍ରଧାନ, ପଙ୍କିଜନୀ ମେହେର, ଅନୀଲ ଶଙ୍ଖାରୀ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସଂକେତ ପୁରୋହିତ, ସୁମିତ କୁମାର ପ୍ରଧାନ, ଗିରିଜାଶଙ୍କର ମିଶ୍ର, ଆରାଧ୍ୟା ଶତପଥୀ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories