www.samajalive.in
Monday, December 15, 2025
15.1 C
Bhubaneswar

ମା ରାମଚଣ୍ଡୀଙ୍କ ପୀଠରେ ସପ୍ତଦେବୀ ବିଶ୍ଵଶାନ୍ତି ମହାଯଜ୍ଞ ପୁର୍ଣ୍ଣାହୁତି

ବୋଲଗଡ଼: ବୋଲଗଡ଼ ବ୍ଲକ ବାଙ୍କୋଇଦେଶର ଆରଧ୍ୟା ଦେବୀ ମା ରାମଚଣ୍ଡୀଙ୍କ ପବିତ୍ର ପୀଠରେ ୩ ଦିନ ଧରି ଚାଲିଥିବା ସପ୍ତଦେବୀ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବଡକୁମାରି ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ଶିକ୍ଷାବିତ ଜୟକୃଷ୍ଣ ଫତେସିଂହ, ସରପଞ୍ଚ ପ୍ରତିନିଧି ଭାଷ୍କର ଚନ୍ଦ୍ର ରାଉତରାୟ, ଶିକ୍ଷକ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଉମାକାନ୍ତ ବିଶ୍ଵାଳ,ସ୍ଥାନୀୟ ସରପଞ୍ଚ ଏବଂ ସମିତସଭ୍ୟ ପ୍ରମୁଖ ଉପସ୍ଥିତ ରହି ଆହୂତି ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ପୂର୍ବରୁ ନିକଟ ପୁଷ୍କରିଣୀରେ ସଂକଳ୍ପ ଧାରୀମାନେ ଜଳ କଳସ ଯାତ୍ରାରେ ଆଣି ଯଜ୍ଞବେଦିରେ ଘଟ ସ୍ଥାପନ କରିବା ସହିତ ସର୍ବଦେବ ଆବାହନ, ଅଗ୍ନୀ ସ୍ଥାପନ ଓ ସୂର୍ଯ୍ୟ ପୂଜା ଯଥା ରୀତିନୀତି ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories