www.samajalive.in
Wednesday, December 10, 2025
16.1 C
Bhubaneswar

ଚାଲାଣ ବେଳେ ଧରାପଡିଲା ୬୬ କେଜି ଗଞ୍ଜେଇ

ଭବାନିପାଟଣା: ସ୍ଥାନୀୟ ମାଣିକେଶ୍ଵରୀ ହାଇସ୍କୁଲ ଛକ ହନୁମାନ ମନ୍ଦିର ନିକଟରୁ ଏକ କାରରୁ ୬୬ କେଜି ଗଞ୍ଜେଇ ଜବତ ହେଇଛି। ଜବତ ଗଞ୍ଜେଇ ମାଲକାନଗିରି ଅଞ୍ଚଳରୁ କଳାହାଣ୍ଡି ଦେଇ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ଏହି ଘଟଣାରେ ଉତ୍ତରପ୍ରଦେଶର ଦୁଇ ଯୁବକ ଜୟନାରାୟଣ ଏବଂ ଜୟପ୍ରକାଶ ନିଶାନ ସନିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ କାରରେ ଏକ ସିକ୍ରେଟ ଚେମ୍ବର୍ କରି ଗଞ୍ଜେଇ ଚାଲାଣ କରୁଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୬୦ ହଜାର ଟଙ୍କା ବୋଲି କୁହାଯାଉଛି। ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ସୂଚନା ପାଇ ଗାଡିଟିକୁ ପିଛା କରିଥିଲା। ପରେ କଳାହାଣ୍ଡି ଅବକାରୀ ବିଭାଗର ସହାୟତାରେ ଗାଡିକୁ ଯାଞ୍ଚ କରି ଗଞ୍ଜେଇ ଜବତ କରାଯାଇଥିଲା। କିଛିଦିନ ତଳେ କଳାହାଣ୍ଡି ଅମାପାଣି ଥାନା ପୁଲିସ ସହାୟତାରେ ନବରଙ୍ଗପୁର ଜିଲ୍ଲା ମଇଦଲପୁର ପୋଲିସ ଏକ ଗଞ୍ଜେଇ ଭର୍ତ୍ତି କାର ଜବତ କରିଥିଲା। ତେବେ କଳାହାଣ୍ଡି ଦେଇ ଏତେ ପରିମାଣରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅନ୍ୟ ଜିଲ୍ଲାର ପୁଲିସ, ଅବକାରୀ ବିଭାଗ ଦ୍ଵାରା ଧରା ପଡୁଥିବା ବେଳେ କଳାହାଣ୍ଡି ପୁଲିସ କିନ୍ତୁ ଧରି ନ ପାରିବା ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି କରୁଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories