www.samajalive.in
Monday, December 15, 2025
17.1 C
Bhubaneswar

୪ ମାସ ପରେ ବସିଲା ହରଭଙ୍ଗା ପଂଚାୟତ ସମିତି ବୈଠକ

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପ୍ରାଙ୍ଗଣରେ ଶୁକ୍ରବାର ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ସହମତି କ୍ରମେ ଉପାଧ୍ୟକ୍ଷ ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମିତି ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ,କୃଷି, ଉଦ୍ୟାନକୃଷି,ପରିମଳ,ଜଳ ବିଭାଜିକା, ଖାଦ୍ୟ ନିରାପତା ଭଳି ସବୁ ବିଭାଗ ଉପରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା। ଶିକ୍ଷା ଉପରେ ଆଲୋଚନା ସମୟରେ ଚାରିଛକ ପଂଚାୟତ ହାଇସ୍କୁଲରେ ଶିକ୍ଷକ ଅଭାନକ କଥା ସ୍ଥାନୀୟ ସରପଂଚ ଉଠାଇଥିଲେ।ସ୍ୱାସ୍ଥ୍ୟ ଉପରେ ଆଲୋଚନା ସମୟରେ ପୁରୁଣାକଟକ ମେଡିକାଲରେ ଡାକ୍ତର ,ଟେକ୍ନିସିଆସନ ଅଭାବ କଥା ସ୍ଥାନୀୟ ସରପଂଚ ବୈଠକରେ ଉପସ୍ଥାପନା କରିଥିଲେ। ପାନୀୟଜଳ କଥା ଆଲୋଚନା ସମୟରେ ପଂଚାୟତଗୁଡିକରେ ଯନ୍ତ୍ରାଂଶ ନଥିବାରୁ ବ୍ଲକ ଉପରେ ସାଧାରଣ ଭାବେ ନିର୍ଭର କରିବା କଥାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ଏଣୁ ପଂଚାୟତଗୁଡିକୁ ସାମୟିକ ଭାବେ କିଛି କିଛି ଯନ୍ତ୍ରାଂଶ ଦେବା ପାଇଁ ସରପଂଚାମାନେ ଦାବୀ କରିଥିଲେ। ଖାଦ୍ୟ ନିରାପତ୍ତା କଥା ଆଲୋଚନା ସମୟରେ ହିତାଧିକାରୀଙ୍କ କାର୍ଡ କାଟଛାଟକୁ ନେଇ ଗୃହ ସରଗରମ ହୋଇଥିଲା। ତୁରନ୍ତ ମୃତ ହିତାଧିକାରୀଙ୍କ କାର୍ଡଗୁଡିକ ଯାଂଚ କରାଯାଇ କାଟିବାକୁ ଦାୟିତ୍ୱରେଥିବା ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିନା ଗ୍ରାମସଭା, ପଲ୍ଲୀସଭାରେ ଜଳଛାୟା ବିଭାଗ ପକ୍ଷରୁ କୃଷି ପୋଖରୀ ଖନନ ଚାଲିଥିବାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା।ସରପଂଚମାନଙ୍କୁ ଅବଗତିରେ କୃଷି ପୋଖରୀ ଖନନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସରସରା ସବସେଟଂରରେ ବିଦ୍ୟୁତ୍‌‌ ନ ଥିବା କଥା ସ୍ଥାନୀୟ ସରପଂଚ ଉଠାଇଥିଲେ। ୭ରୁ ୮ମାସ ଧରି ଜଣେ ଜଣେ ହିତାଧିକାରୀ ଭତ୍ତାରୁ ବଂଚିତ ହେବା କଥା ହରଭଙ୍ଗା ସରପଂଚ ଉତଥାପନ କରିଥିଲେ। ତୁରନ୍ତ ଏହାର ସମାଧାନ ପାଇଁ ବୈଠକରେ ଦାବୀ ରଖିଥିଲେ।ବିଶେଷକରି ବ୍ଲକରେ ଫାଇଲ ହଜିବା ଘଟଣା ଏବଂ ବିନା ଅନୁମୋଦନରେ ଅଧିବେଶନରେ ପ୍ରକଳ୍ପ ଖସଡା ତିଆରି ଘଟଣାକୁ ନେଇ ଜନପ୍ରତିନିଧିମାନେ ଉଦବେଗ ପ୍ରକାଶ କରିଥିଲେ। ଏହା ସହିତ ପ୍ରତି ଦୁଇ ମାସରେ ଥରେ ପଂଚାୟତ ସମିତି ବୈଠକ ବସିବା ପରିବର୍ତ୍ତେ ଗତ ସେପ୍ଟେମ୍ବର ମାସ ପରେ ୪ ମାସ ବ୍ୟବଧାନରେ ବୈଠକ ବସିବା ଘଟଣା ପଂଚାୟତରାଜ ନିୟମର ଖୋଲାଖୋଲି ଉଲ୍ଲଂଘନ ବୋଲି ସାଧାରଣରେ ମତପ୍ରକାଶ ପାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories