www.samajalive.in
Saturday, December 13, 2025
27.1 C
Bhubaneswar

୫ଟି ସଚିବଙ୍କ ଧବଳେଶ୍ୱର ଗସ୍ତକୁ ନେଇ ପ୍ରଶାସନିକ ତତ୍ପରତା

ଗୁରୁଡ଼ିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କୁ ଦର୍ଶନ ସହିତ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି (ଗୁରୁବାର) ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ଆସିବେ। ଏଥିପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି। ଆଜି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ପୀଠକୁ ଆସି ୫ଟି ସଚିବ ଆଗମନ ପୂର୍ବରୁ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଖସଡା ପ୍ରସ୍ତୁତ କରିଛନ୍ତି। ଧବଳେଶ୍ୱର ପୀଠର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୦କୋଟି ଟଙ୍କା ମଞ୍ଜୁର କରାଯାଇଛି।

ପୀଠର ସୁରକ୍ଷା ପାଇଁ ଚତୁପାର୍ଶ୍ବରେ କଳା ମୁଗୁନି ପଥରେ ସୁରକ୍ଷା ବଳୟ ନିମନ୍ତେ ୨୫କୋଟି ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟ ଚାଲିଥିବା ବେଳେ ପୂଜକ ପରିବାର ପାଇଁ ପୀଠ ପରିସରରେ ନୂତନ ଗୃହ ଯୋଗାଇଦେବା ନିମନ୍ତେ ୧୬କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ଏଥିସହିତ ସୌନ୍ଦର୍ଯ୍ୟକରଣ ,ଆଲୋକବ୍ୟବସ୍ଥା ସହିତ ଝୁଲାସେତୁର ସ୍ଥିତି ଏବଂ ପୀଠକୁ ସଂଯୋଗ କରୁଥିବା ନିର୍ମାଣଧିନ କଂକ୍ରିଟ ସେତୁକୁ ୫ଟି ସଚିବ ଶ୍ରୀ ପାଣ୍ଡିଆନ ବୁଲି ଅନୁଧ୍ୟାନ କରିବା ସହ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ପଚାରିବୁଝିବାର ବ୍ୟବସ୍ଥା ରହିଛି। ଏଥିସହିତ ସ୍ଥପତିଙ୍କ ଦ୍ୱାରା ପୀଠର ଉନ୍ନତି ପାଇଁ କରାଯାଇଥିବା ପ୍ରକଳ୍ପର ମଡେଲକୁ ମଧ୍ୟ ଦେଖିବେ। ଆଜି ଜିଲ୍ଲାପାଳ ଶ୍ରୀ ଚଇନିଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଆଠଗଡ଼ ବନଖଣ୍ଡ ଅଧିକାରୀ ଡଃ ଯଜ୍ଞଦତ୍ତ ପତି, ଆଠଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ଗୃହ ଓ କୋଠାବାଡି ବିଭାଗ ଅଧିକ୍ଷଣଯନ୍ତ୍ରୀ ପ୍ରଦୀପ୍ତ ମହାନ୍ତି, ଗ୍ରାମ୍ୟଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସୋମନାଥ ପରିଡ଼ା, ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର କୁମାର ସାହୁ, ପାନୀୟଜଳ ବିଭାଗ ନିର୍ବାହୀ ଯନ୍ତ୍ରୀ କାଳୁଚରଣ ବେହେରା, ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ଦେବୋତ୍ତର ସୁପରଭାଇଜର ଭବାନୀ ପ୍ରସାଦ ପଣ୍ଡାଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଧବଳେଶ୍ୱର ପୂଜକ ସମିତିର ସଂପାଦକ ନରେନ୍ଦ୍ର ପଣ୍ଡା ଓ ଅନ୍ୟକର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories