www.samajalive.in
Thursday, December 11, 2025
18.1 C
Bhubaneswar

ମାଟ୍ରିକ ପରୀକ୍ଷା ପାଇଁ ରାସ୍ତାରୋକ ନ କରିବାକୁ ପୁଲିସର ଅନୁରୋଧ

ସମ୍ବଲପୁର: ରାଜ୍ୟର କେତେକ ଡ୍ରାଇଭର ଏସୋସିଏସନ ତରଫରୁ ସାରା ରାଜ୍ୟରେ ଚକାଜାମ ଆନ୍ଦୋଳନ ୧୫ ତାରିଖରୁ ଆହ୍ୱାନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ପୁଲିସ ପକ୍ଷରୁ ମାଟ୍ରିକ ପରୀକ୍ଷାକୁ ଧ୍ୟାନରେ ରଖି ସମସ୍ତ ଡ୍ରାଇଭର ଏସୋସିଏସନକୁ ରାସ୍ତା ରୋକେ ନ କରିବାକୁ ନିବେଦନ କରାଯାଇଛି। ମଙ୍ଗଳବାର ସମ୍ବଲପୁର ପୁଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜିଲାରେ ମାଟ୍ରିକ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନଙ୍କର ଗତିବିଧି କୁ ରାସ୍ତାରୋକ ଦ୍ୱାରା ବଡ ପ୍ରତିବନ୍ଧକ ହୋଇ ପାରେ। ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇ ନ ପାରିଲେ ସେମାନଙ୍କର ସମଗ୍ର ଶିକ୍ଷାବର୍ଷ ଅପଚୟ ହେବା ସହିତ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏଣୁ ବସ, ଅଟୋ, ହାଲୁକା ମୋଟର ଯାନ, ମୋଟର ସାଇକେଲ, ପରିବହନ ଯାନ ସମେତ ଯାନବାହନ ଚଳାଚଳରେ ବାଧା ନ ଦେବାକୁ ସଂଘ ମାନଙ୍କୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି। ଏଥି ସହ ଜିଲାର ସମସ୍ତ ଥାନାଧିକାରୀ ଓ ପୁଲିସ ଅଧିକାରୀ ମାନଙ୍କୁ ଯାତାୟାତର ପ୍ରବାହକୁ ନିଶ୍ଚିତ କରିବା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକକୁ ମୁକ୍ତ ପ୍ରବାହ ନିମନ୍ତେ ଉପଯୁକ୍ତ ଓ ପ୍ରଭାବଶାଳୀ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆବଶ୍ୟକସ୍ଥଳରେ ଗ୍ରହଣ କରାଯିବ। ଏଣୁ ଡ୍ରାଇଭର ସଂଘ ମାନେ ନିଜର ଗଣତାନ୍ତ୍ରିକ ଅଧିକାରକୁ ବ୍ୟବହାର କରିବା ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ କରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories