ସମ୍ବଲପୁର: ସମ୍ବଲପୁର ଜିଲା କୃଷକ ମୋର୍ଚ୍ଚା ପକ୍ଷରୁ ପଶ୍ଚିମ ଓଡ଼ିଶାରେ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାର ବିରୋଧରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ମଙ୍ଗଳବାର ପୁର୍ବାହ୍ନରେ ଜିଲା ପ୍ରଶାସନ ନିକଟରେ ଦେଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ଟିଟିପିଡବ୍ଲ୍ୟଓଡିଏଲ କତ୍ତୃପକ୍ଷ ମନମୁଖୀ କାର୍ଯ୍ୟ କରି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଜୋର ଜବରଦସ୍ତ ବକେୟା ବିଲ ଦେବା ପାଇଁ ବାଧ୍ୟ କରୁଛନ୍ତି। ବକେୟା ବିଦ୍ୟୁତ ବିଲକୁ ଦେବା ପାଇଁ ଧମକଚମକ ଦେବା ସହିତ କର୍ମଚାରୀ ମାନେ ଜବରଦସ୍ତି ଉପଭୋକ୍ତା ଙ୍କ ଘରୁ ବିଜୁଳି ସଂଯୋଗ କାଟି ଦେଉଛନ୍ତି। ଫଳରେ ଅନେକ ଗରିବ ପରିବାର ଦୀର୍ଘ ମାସ ହେବ ଅନ୍ଧକାର ମଧ୍ୟରେ ରହିବାକୁ ବାଧ୍ୟ ହେଉଛନ୍ତି। ଆଗାକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଉଥିବା ବେଳେ ଅସହ୍ୟ ଗରମରେ ଗରିବ ପରିବାର ମାନେ ରହିବା ଅତ୍ୟନ୍ତ କଷ୍ଟକର। ସହରାଞ୍ଚଳରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଟିଟିପିଡବ୍ଲ୍ୟଓଡିଏଲ କତ୍ତୃପକ୍ଷ ସବୁ ସ୍ଥାନରେ ଲୋକଙ୍କୁ ହଇରାଣ କରୁଛି। ଅନ୍ୟ ପଟରେ ଯେଉଁ କୃଷକ ମାନଙ୍କ ବିଦ୍ୟୁତ ଦେୟ ବକେୟା ରହିଛି ସେମାନଙ୍କର ଚାଷୀ କାର୍ଡ ରଦ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଟିଟିପିଡବ୍ଲ୍ୟଓଡିଏଲ କତ୍ତୃପକ୍ଷ କହିଛି। ଏଣୁ ଚାଷୀ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ଟିଟିପିଡବ୍ଲ୍ୟଓଡିଏଲ କତ୍ତୃପକ୍ଷ ଯେଉଁ ଦିନ ଠାରୁ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ସେହି ଦିନ ଠାରୁ ବିଦ୍ୟୁତ ଉପଭୋକ୍ତା ଙ୍କ ଠାରୁ ବିଦ୍ୟୁତ ବିଲ ଆଦାୟ, ବକେୟା ବିଲ ପଇଠ ପାଇଁ କିସ୍ତି ଲାଗୁ, ବିଚ୍ଛିନ୍ନ କରାଯାଇଥିବା ବିଦ୍ୟୁତ ସଂଯୋଗକୁ ୨ ଦିନ ମଧ୍ୟରେ ସଂଯୋଗ କରିବା, କୃଷକ ଙ୍କ ବକେୟା ବିଲକୁ ସମ୍ପୁର୍ଣ୍ଣ ଛାଡ, ଟିଟିପିଡବ୍ଲ୍ୟଓଡିଏଲ ର କର୍ମଚାରୀ ମାନେ ଘରକୁ ପସି ଦାଦାଗିରି କରୁଥିବା ଘଟଣାକୁ ତୁରନ୍ତ ବନ୍ଦ କରିବା ପାଇଁ କୃଷକ ମୋର୍ଚ୍ଚା ଦାବି କରିଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ତୀବ୍ର ଆନ୍ଦୋଳନ କରିବ ବୋଲି ଜିଲା ପ୍ରଶାସନକୁ ପ୍ରତିନିଧି ମଣ୍ଡଳ ସୂଚାଇ ଦେଇଛନ୍ତି। ଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଜିଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ମୋହନ କୁମାର ଦାଶ, ଚନ୍ଦ୍ରଶେଖର ନାୟକ, ଅରୁଣ କୁମାର ଦାଶ, ସୁନୀଲ ନନ୍ଦ, ମନୋହର ଦାଶ, ପ୍ରଶାନ୍ତ କୁମାର ଗୁରୁ, ସୁଷମା ସାହୁ, ବଂଶୀଧର, ରାଜୀବ ଲୋଚନ ସାହୁ, ରୁଦ୍ରମଣି ଓରାମ ପ୍ରମୁଖ ଉପସ୍ଥିତ ରହିଥିଲୋ
Popular Categories



