www.samajalive.in
Monday, December 15, 2025
14.1 C
Bhubaneswar

ବିଦ୍ୟାଳୟରେ ୧୦% ସିଟ୍ ସଂରକ୍ଷଣ ଉଚ୍ଛେଦକୁ ନେଇ ବିବାଦ

ଚାନ୍ଦିପୁଟ: ଗଜପତି ଜିଲ୍ଲାର ଏକମାତ୍ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସିଟ୍ ସଂରକ୍ଷଣଙ୍କୁ ବିବାଦ ଦେଖାଦେଇଛି। ଏହି ବିଦ୍ୟାଳୟ ୨୦୧୧ ମସିହାରେ ସ୍ଥାପିତ ହେବା ଠାରୁ ଚନ୍ଦ୍ରଗିରି ଅଞ୍ଚଳର ସାଧାରଣ ବର୍ଗର ପିଲାଙ୍କ ପାଇଁ ୧୦ ପ୍ରତିଶତ ସିଟ୍ ସଂରକ୍ଷଣ ବ୍ୟବସ୍ଥା ଥିଲା। କିନ୍ତୁ ତାହା ଚଳିତ ବର୍ଷ ଠାରୁ ଉଚ୍ଛେଦ କରିଦେଇଛନ୍ତି କେନ୍ଦ୍ର ସରକାର। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ବହୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସମେତ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଗୁହାରି ଜଣାଇଛନ୍ତି।

ଅନୁସୂଚିତ ଜାତି ଓ ଜନଜାତିଙ୍କ ଶିକ୍ଷାର ବିକାଶ ଲାଗି ଚନ୍ଦ୍ରଗିରି ଠାରେ କେନ୍ଦ୍ର ସରକାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ୨୦୧୧ ମସିହାରେ ସ୍ଥାପିତ କରିଛନ୍ତି। ବର୍ତମାନ ବିଦ୍ୟାଳୟରେ ସମୁଦାୟ ୪୦୦ ଜଣ ପିଲା ଅଧ୍ୟୟନରତ ଅଛନ୍ତି। ସେଥିମଧ୍ୟରେ ୨୦୩ ଆଦିବାସୀ ଛାତ୍ରୀ ହୋଇଥିବା ବେଳେ ୧୯୭ ଛାତ୍ର ଅଛନ୍ତି। ବିଦ୍ୟାଳୟଟି ସ୍ଥାପିତ ହେବା ସମୟରୁ ଶତକଡା ୧୦ ପ୍ରତିଶତ ଅର୍ଥାତ୍ ୬ଜଣ ପିଲା କେବଳ ଚନ୍ଦ୍ରଗିରି ଅଞ୍ଚଳବାସୀଙ୍କ ସାଧାରଣ ବର୍ଗ ର ପିଲାଙ୍କ ପାଇଁ ସଂରକ୍ଷିତ ହେଉଥିଲା। କିନ୍ତୁ ଚଳିତ ବର୍ଷ ଏହି ସୁବିଧାକୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ସହ ସମସ୍ତ ଆଦିବାସୀ ପିଲାଙ୍କ ଲାଗି ପାଠ ପଢ଼ିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯାହାଫଳରେ ଅଞ୍ଚଳବାସୀଙ୍କ ମନରେ ଆଘାତ ଲାଗିବା ସହ ଏହି ସୁବିଧା ପୁଣି ଯୋଗାଇ ଦେବାକୁ ଦାବୀ କରିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ସମେତ ମାଁ ମାଣିକେଶ୍ଵରୀ ଯୁବକ ସଂଘ ପକ୍ଷରୁ ବିଦ୍ୟାଳୟର ଅଧ୍ୟକ୍ଷ ମନମୋହନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ପିଏ ଆଟିଡିଏ, ଗଜପତି ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ସମ୍ବଳିତ ପତ୍ରରେ ଜଣାଇଛନ୍ତି। ଏହା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଛନ୍ତି ଯୁବଗୋଷ୍ଠୀ। ତେବେ ଅନୁଷ୍ଠାନଟି କେବଳ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ, ତେଣୁ କେବଳ ଆଦିବାସୀ ମାନେ ହିଁ ପାଠ ପଢିବେ ବୋଲି ରୋକ୍ ଠୋକ୍ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଦେଇଥିବା ଯୁବକ ସଂଘ ସଭାପତି ସିଦ୍ଧାର୍ଥ ଶଙ୍କର ସାହୁ କହିଛନ୍ତି। ଏଭଳି ଭାବେ ଅଞ୍ଚଳବାସୀଙ୍କ ସୁବିଧାକୁ ଉଚ୍ଛେଦ କରିବାକୁ ସାମୁହିକ ଭାବେ ବିରୋଧ କରାଯାଉଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା କରାଇନଦେବାକୁ ଚେତାବନୀ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories