www.samajalive.in
Monday, December 15, 2025
14.1 C
Bhubaneswar

ଜୀବନ ଯନ୍ତ୍ରଣାରେ ଜର୍ଜରିତ ନାବାଳିକା ନମିତା, ରାଜ୍ୟସଭା ସାଂସଦ ଦେବେ ଚିକିତ୍ସା ସହାୟତା

ଲଡୁଗାଁ: ଦୁର୍ଘଟଣା ଦେଇଦେଲା ଦୁଃଖ। ଭାଙ୍ଗିଗଲା ଭବିଷ୍ୟତ, ଜୀବନ ଏବେ ଯନ୍ତ୍ରଣା ଜର୍ଜରିତ। ଦୁଇଗୁଣା ହୋଇଯାଇଛି ଦୁଃଖ। ନାବାଳିକା ନମିତାର କ୍ଷତ ସଂକ୍ରମଣ ହୋଇ ପଛପଟେ ପିଛାରେ ଘା ହୋଇ ମାଂସ ପଚି କ୍ୟାନ୍ସରର ରୂପ ନେଉଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛି କୁନି ଝିଅ ନମିତା। ଅନ୍ୟପଟେ କୃଷ୍ଣଚନ୍ଦ୍ରର ଗୋଡ଼ରେ ମଧ୍ୟ ଅସ୍ତ୍ରୋପଚାର କରାଯାଇଥିଲା ହେଲେ ଅର୍ଥ ଅଭାବରୁ ଗୋଡରେ ଲାଗିଥିବା ରଡ଼ କାଢ଼ିବାକୁ ମଧ୍ୟ ସେ ସକ୍ଷମ ନୁହଁନ୍ତି।

ସେ ଦିନ ଥିଲା ଜୁଲାଇ ୧ ତାରିଖ ଶୁକ୍ରବାର କାଳିଆ ଠାକୁରଙ୍କ ରଥଯାତ୍ରା। ସମସ୍ତେ ହର୍ଷୋଲ୍ଲାସରେ ନିଜ ବନ୍ଧୁ ପରିଜନ ଘରକୁ ପିଠାପଣା ଧରି ଯାଉଥିଲେ। ସେହିଭଳି କନ୍ଦାଗଡ ଗାଁର ଏକ ପରିବାର ମଧ୍ୟ ଯାଉଥିଲେ ନିଜ ବାନ୍ଧବଙ୍କ ଘରକୁ। କିଏ ଅବା ଜାଣିଥିଲା ଲୌହ ଦାନବର ରକ୍ତଭୋଜ ହେବେ ବୋଲି। କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଭୁର୍ଷାଗୁଡା ନିକଟରେ ଏକ ବାଇକକୁ ଆମପାଣି ପୁଲିସ ଗାଡି ଧକ୍କା ଦେଇଥିଲା। ବାଇକରେ ଥିବା ଆମପାଣି ପଞ୍ଚାୟତ କନ୍ଦାଗଡ ଗାଁର ଏକ ପରିବାର କୃଷ୍ଣଚନ୍ଦ୍ର ମାଝୀ (୪୫), ସ୍ତ୍ରୀ କିଆଁ ମାଝୀ (୪୧) ଓ ନାବାଳିକା ନମିତା ମାଝୀ (୧୧) ଗୁରୁତର ହୋଇଥିଲେ। ଭାଗ୍ୟର ବିଡମ୍ବନା କୋକସରା ଡାକ୍ତରଖାନାରେ ଝିଅକୁ ଛାଡ଼ି ମାଁ କିଆ ଚାଲିଗଲା ଆରପାରିକୁ। ଅନ୍ୟପଟେ ବାପା ଓ ନମିତାକୁ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ପରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମୃତ କିଆ ମାଝୀଙ୍କ ଶବକୁ ନେଇ ପରିବାର ବର୍ଗ ଓ କନ୍ଦାଗଡ ଗ୍ରାମବାସୀ ମାନେ ଆମପାଣି ପୁଲିସ ଷ୍ଟେସନ ସମ୍ମୁଖରେ ରାଜପଥ ଅବରୋଧ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଓ ପୋଲିସ ପକ୍ଷରୁ ୬୦ ହଜାର, କୋକସରା ବ୍ଲକ ଉପାଧ୍ୟକ୍ଷ ମଧ୍ୟ କିଛି ଆର୍ଥିକ ସହାୟତା ଦେଇଥିଲେ ଓ ଆମପାଣି ପଞ୍ଚାୟତରୁ କିଛି ମାସ ଚାଉଳ ମଧ୍ୟ ଯୋଗାଇ ଦିଆ ଯାଇଥିଲା। କୃଷ୍ଣଚନ୍ଦ୍ରଙ୍କ ଆଉ ଗୋଟେ ଝିଅ ମଜୁରି କରି ବାପା ଓ ଭଉଣୀର ପ୍ରତିପୋଷଣ କରୁଥିବା ନେଇ ସୂଚନା ମିଳିଛି। ଆମପାଣି ପୋଲିସକୁ ଅନେକ ସମୟରେ ଚିକିତ୍ସା ପାଇଁ ସହାୟତା କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଥିଲେ ହେଁ, କୌଣସି ପ୍ରକାରେ ପରିବାରକୁ କିଛି ଅନୁକମ୍ପା ଦେଖାଇ ନ ଥିଲେ। ତେବେ ବିଜୁ ଏକ୍ସପ୍ରେସ ୱେ ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମପାଣି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଆଗମନ ନେଇ ପ୍ରସ୍ତୁତି ପାଇଁ ଜିଲ୍ଲାର ପୋଲିସ ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ ଓ ନେତା ମନ୍ତ୍ରୀ ଆସିଥିବା ଖବର ପାଇ ଶୁକ୍ରବାର ନମିତା ଓ ତା ବାପା ଆମପାଣି ପଥପ୍ରାନ୍ତ କେନ୍ଦ୍ରରେ ଆସି ଚିକିତ୍ସା ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। କଳାହାଣ୍ଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସାଂସଦ ସମସ୍ତ ବିଷୟରେ ଅବଗତ ହେବାପରେ ନାବାଳିକା ନମିତାର ଓ ତା ବାପା କୃଷ୍ଣଚନ୍ଦ୍ରର ଚିକିତ୍ସା ଅତିଶୀଘ୍ର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories