ଆର୍ଯ୍ୟ ଡିଜାଇନ ଷ୍ଟୁଡିଓ ଏବଂ ଏଭିଆର ଡିଜାଇନ ଆଣ୍ଡ କନଷ୍ଟ୍ରକସନର ଶୁଭାରମ୍ଭ
ଡେସ୍କ ଓଡ଼ିଶାରେ ଆର୍କିଟେକ୍ଚର ଶିଳ୍ପରେ, ଆର୍ଯ୍ୟ ଡିଜାଇନ୍ ଷ୍ଟୁଡିଓ ଏବଂ ଏଭିଆର୍ ଡିଜାଇନ୍ ଆଣ୍ଡ କନଷ୍ଟ୍ରକ୍ସନ ସବୁବେଳେ ଆଗରେ ରହି ଆସିଛି। ଆଜି ଭୁବନେଶ୍ୱର ୟୁନିଟ୍ ୪ ସ୍ଥିତ ମଧୁସୂଦନ ନଗର ପ୍ଲଟ ନମ୍ବର ୪୨ ଠାରେ ଏହି ଫାର୍ମର ଏକ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏହି ଷ୍ଟୁଡିଓ ନୂଆ ଘର ନିର୍ମାଣ, ଇଣ୍ଟେରିୟର ଏବଂ ଏକ୍ସଟେରିୟର, ଜମି ସହ କଷ୍ଟମାଇଜ ପ୍ରପର୍ଟି ଏବଂ ମେଣ୍ଟେନାନ୍ସ ଓ ରିନୋଭେସନ କ୍ଷେତ୍ରରେ ପ୍ରମୁଖ ସେବା ପ୍ରଦାନ କରୁଛି।
କମ୍ପାନି ପକ୍ଷରୁ କୁହାଯାଇଛି, ଗ୍ରାହକମାନେ ବାସଗୃହ ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ସୁବିଧା ଗୋଟିଏ ଛାତ ତଳେ ପାଇପାରିବେ। ଏକ ପ୍ରଫେସନାଲ ସଂସ୍ଥା ଭାବେ ଲୋକଙ୍କ ବାସଗୃହ ନିର୍ମାଣର ବିଭିନ୍ନ ଦିଗକୁ ଧ୍ୟାନରେ ରଖି ସେବା ଯେଗାଣ କରାଯାଛି। ଲୋକମାନେ ଯେଭଳି ବିଶ୍ୱସ୍ତରୀୟ ଅନୁଭୂତି ଲାଭ କରିପାରିବେ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଛି ବୋଲି ସଂସ୍ଥାର ନିର୍ଦେଶକ ଶ୍ରୀ ଅଭିଜିତ ମହାନ୍ତି କହିଛନ୍ତି।
ଏହି ଅବସରରେ ମୁଖ୍ୟ ଅତିଥି ଉର୍ମିଳା ମିଶ୍ର, (ଉଡାନ୍ ଏକାଡେମୀର ଅଧ୍ୟକ୍ଷା) କହିଥିଲେ ଯେ କଳା ଓ କାରୁକାର୍ଯ୍ୟ କ୍ଷେତ୍ରରେ ଓଡିଶା ସର୍ବଦା ଆଗରେ ତେଣୁ ଆଶା କରୁଛି, ଏହି ଡିଜାଇନ୍ ଷ୍ଟୁଡିଓ ବହୁତ ଜଲଦି ରାଜଧାନୀ ରେ ଥିବା ସମସ୍ତ ବଡ଼ ବଡ଼ ପ୍ରୋଜେକ୍ଟକୁ ସୁନ୍ଦର ଭାବରେ ସଜାଇବ।
ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ, ଅନ୍ୟ ରାଜ୍ୟ ଛାଡି ନିଜ ରାଜ୍ୟ ପାଇଁ କିଛି କରିବାକୁ ବହାରିଥିବାରି ଏହି ସଂସ୍ଥା ସଫଳତାର ଶୀର୍ଷରେ ବହୁତ କମ ଦିନରେ ପହଂଚିବ।
ପୂର୍ବରୁ ଏହି ସଂସ୍ଥା ରାଜ୍ୟ ରେ ପ୍ରମୁଖ ପ୍ରୋଜେକ୍ଟ ସବୁ ଅତ୍ୟନ୍ତ ଗୁଣାତ୍ମକ ଓ ସୁନ୍ଦର ଭାବରେ ଶେଷ କରି ଏକ ପ୍ରତିଷ୍ଠିତ ଆର୍କିଟେକ୍ଚର ଫାର୍ମ ଭାବରେ ଖ୍ୟାତି ଅର୍ଜନ କରିଛି। ସେମାନଙ୍କ ମଧ୍ୟରେ ରହିଛି, ଭୁବନେଶ୍ୱର କ୍ଳବ୍, ସଫେରିସ୍କ ଇନ୍ସୁରାନ୍ସ ବ୍ରୋକର୍ସ, ହୋଟେଲ ଆର୍ଯ୍ୟ ପ୍ୟାଲେସ, ପ୍ରିଷ୍ଟିନ୍ ଗ୍ରିନ୍ ଓ ଆହୁରି ଅନେକ ପ୍ରୋଜେକ୍ଟ। ଏହି ଅବସରରେ ଗୁପ୍ତା ପାୱାରର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ମହେନ୍ଦ୍ର ଗୁପ୍ତା, ଭୁବନେଶ୍ୱର କ୍ଲବର ଯୁଗ୍ମ ସଚିବ ଅଶୋକ ମିଶ୍ର, ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ର, ଏଏମଏସଡି ଇନଫ୍ରାର ପରିଚାଳନା ନିର୍ଦ୍ଦେଶକ ଆଶୀଷ ମହାନ୍ତି, ହୋଟେଲ ଆର୍ଯ୍ୟ ପ୍ୟାଲେସର ପରିଚାଳନା ନିର୍ଦ୍ଦେଶକ କରୁଣାକର ମହାନ୍ତି, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅବସରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର କାଶୀ ମହାନ୍ତି ଓ ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ ଉପସ୍ଥିତ ଥିଲେ।
Comments are closed.