ବର ବେକରେ ଦେଖିନଥିବେ ଏତେ ବଡ ନୋଟ୍ ମାଳା, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ବିବାହ ଉତ୍ସବରେ ବର ନୋଟ ମାଳା ପିନ୍ଧିବା ସାଧାରଣ କଥା । କିନ୍ତୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର ପିନ୍ଧିଥିବା ନୋଟର ମାଳା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ସାଧାରଣତଃ ଏହି ମାଳା ଗଳାରେ ପଡିଲେ ପେଟ ବା ଅଣ୍ଟା ପର୍ଯ୍ୟନ୍ତ ଆସିଥାଏ । କିନ୍ତୁ ଭାଇରାଲ ଭିଡିଓରେ ଏହି ମାଳା ଭୂମିରେ ଅନେକ ବାଟ ପର୍ଯ୍ୟନ୍ତ ଲମ୍ବିଛି । ଖାସ୍ କଥା ହେଉଛି ଏହି ମାଳାରେ ମୋହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋ ସ୍ପଷ୍ଟ ନଜର ଆସୁଛି । ଅର୍ଥାତ୍ ଏହି ଭିଡିଓ ପାକିସ୍ତାନର ହୋଇପାରେ ବୋଲି ଅନୁମାନ କରାଯାଉଛି ।

ମାଳାରେ ‘SAAD’ ଲେଖାଯାଇଛି, ଯାହା ହୁଏତ ବର ନାଁ ହୋଇପାରେ । ତେବେ ଏତେ ବଡ ମାଳା ଦେଖି ଲୋକେ ଚକିତ ହୋଇଯାଉଛନ୍ତି କି ଏଥିରେ କେତେ ଟଙ୍କା ଥାଇପାରେ । ଭାରତରେ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଏହିଭଳି ମାଳା ପ୍ରସ୍ତୁତ କରିବା ପାଇଁ ଅନୁମତି ନାହିଁ । କିନ୍ତୁ ବରକୁ ସଜାଇବା ପାଇଁ ଏବେ ବି ଏମିତି ମାଳା ଭାରତରେ ଦେଖିବାକୁ ମିଳେ ।

Comments are closed.