www.samajalive.in
Sunday, December 7, 2025
15.1 C
Bhubaneswar

ଫେବୃଆରୀ ୨୧ ରୁ ମାଟ୍ରିକ ପରୀକ୍ଷା

କଟକ: ଆସନ୍ତା ଫେବୃଆରୀ ୨୧ ରୁ ମାଟ୍ରିକ ପରୀକ୍ଷା। ଉଭୟ ରେଗୁଲାର ଏକ୍ସ ରେଗୁଲାର ପାଇଁ ଅନୁଷ୍ଠିତ ହେବ ପରୀକ୍ଷା। ଫ୍ରେବୁଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଚାଲିବ । ପ୍ରଥମ ଦିନ ଅର୍ଥାତ  ୨୧ ରେ ମାତୃଭାଷା ଓଡ଼ିଆ , ୨୪ ତାରିଖ ରେ ହେବ ଦ୍ୱିତୀୟ ଭାଷା ଇଂରାଜୀ , ୨୭ ତାରିଖରେ ଗଣିତ , ମାର୍ଚ୍ଚ ୧ ରେ ସାଧାରଣ ବିଜ୍ଞାନ , ମାର୍ଚ୍ଚ ୩ ସାମାଜିକ ବିଜ୍ଞାନ , ମାର୍ଚ୍ଚ ୬ ରେ ତୃତୀୟ ଭାଷା  ହିନ୍ଦୀ କିମ୍ବା ସଂସ୍କୃତ। ପରୀକ୍ଷା ସକାଳ ୯ ରୁ ଆରମ୍ଭ ହୋଇ ୧୧.୩୦ ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ଅର୍ଥାତ ୧୧.୩୦ ପରିବର୍ତ୍ତେ ୧୧.୪୫ ରେ ଶେଷ ହେବ ଗଣିତ ପରୀକ୍ଷା। ଉଭୟ ରେଗୁଲାର ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନ ପତ୍ରରେ ହେବ। ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories