www.samajalive.in
Sunday, December 7, 2025
26.1 C
Bhubaneswar

ବହୁ ସଂଖ୍ୟକ ମୋବାଇଲ ଫୋନ୍ ଜବତ, ହଜିଥିବା ଫୋନ୍‌ ଫେରିପାଇ ଆନନ୍ଦିତ ଲୋକେ

ସମାଜ ଡିଜିଟାଲ ଡେସ୍କ: ଚୋରି ହୋଇଥିବା ବହୁ ସଂଖ୍ୟକ ମୋବାଇଲ ଫୋନ୍ ଜବତ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଜବତ ମୋବାଇଲ ଫୋନଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ଫେରାଇଛନ୍ତି ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜି। ସମଗ୍ର ରାଜ୍ୟରୁ ପାଖାପାଖି ୧୦୨ଟି ମୋବାଇଲ ଫୋନ ଜବତ କରିଛି କ୍ରାଇମବ୍ରାଞ୍ଚ। କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଇକ୍ଵିପ୍‌ମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର ସହାୟତାରେ ଚୋରି ହୋଇଥିବା ଏତେସବୁ ମୋବାଇଲ ଫୋନ୍ ସଫଳତାର ସହ ଜବତ କରାଯାଇଛି। ଚୋରି ହୋଇଥିବା ମୋବାଇଲ ଫୋନ ଲୋକଙ୍କୁ ଫେରସ୍ତ କରି ସେମାନଙ୍କ ମୁହଁରେ ହସ ଫୁଟେଇବା ହେଉଛି ମୂଳ ଲକ୍ଷ୍ୟ। ବର୍ତ୍ତମାନ ଚୋରି ହୋଇଥିବା ମୋବାଇଲ ଫୋନ୍ କ୍ରାଇମବ୍ରାଞ୍ଚ ଦ୍ବାରା ସହଜ ଉପାୟରେ ଜବତ କରାଯାଇ ଲୋକଙ୍କ ଘରକୁ ପଠାଇ ଦିଆଯିବ ବୋଲି କହିଛନ୍ତି ପୁଲିସ ଡିଜି ଯୋଗେନ୍ଦ୍ର ୱାଇ ବି ଖୁରାନିଆ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories