www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତା ଉପରେ ଟ୍ରକ ଟ୍ରକ ବାଲି, ଦୁର୍ଘଟଣା ଘଟିଲେ କିଏ ହେବ ଦାୟୀ ?

ଫୁଲବାଣୀ: ଗୋପାଳପୁରଠାରୁ ରାୟପୁର ଦେଇ ଯାଇଥିବା ୫୯ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ମୁଖ୍ୟ ରାସ୍ତା ଉପରେ ସପ୍ତାହକୁ ପ୍ରାୟ ୪ରୁ ୫ଦିନ ବିଳମ୍ବିତ ରାତିରେ ବଡ଼ ବଡ଼ ହାଇୱା ଟ୍ରକରେ ବାଲି ଅଣାଯାଇ ରାସ୍ତା ଉପରେ ପକାଇ ରଖାଯାଉଛି। ଏହି ବାଲିକୁ ଅଞ୍ଚଳରେ ପାଣି ଟାଙ୍କି ନିର୍ମାଣ କରୁଥିବା ଏକ ଠିକା ସଂସ୍ଥା ଆଣି ରଖୁଥିବାବେଳେ ଯେଉଁମାନଙ୍କ ଘର ସାମ୍ନାରେ ବାଲି ରହୁଛି ସେମାନେ ଏହାକୁ ବିରୋଧ କଲେ ଠିକାଦାର ସଂସ୍ଥାର କର୍ମଚାରୀମାନେ ଶୁଣିବା ପରିବର୍ତ୍ତେ ଓଲଟା ଯୁକ୍ତି କରୁଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାବେଳେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ହୋଇଗଲାଣି। ୫୯ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଟ୍ରକ ବାଲି ଥିବା ଯୋଗୁଁଁ ଯାନବାହାନ ଚଳାଚଳରେ ସମସ୍ୟା ଦେଖା ଦେଉଛି। ଗୋଟିଏ ପାର୍ଶ୍ବରୁ ଯଦି କୌଣସି ବସ୍ ଆସୁଥାଏ ଓ ବିପରୀତ ଦିଗରୁ ଛୋଟ ଚାରିଚକିଆ କିମ୍ବା ଟ୍ରକ ଆସିଲେ ରାସ୍ତା ଉପରେ ବାଲି ଥିବା ଯୋଗୁଁଁ ଯାତାୟତରେ ଅସୁବିଧା ଦେଖା ଦେବା ସହିତ ଏଥି ଯୋଗୁଁଁ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟିଥିବାର ନଜିର ରହିଛି। ତେବେ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ବେଳେ ଯଦି କେତେବେଳେ ଏହି ରାସ୍ତା ଉପରେ ଥିବା ବାଲି ଯୋଗୁଁଁ ବଡ଼ ଦୁର୍ଘଟଣା ଯେ ନ ଘଟିବ ସେ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଆଉ ଯଦି ସେହି ସ୍ଥାନରେ ଦୁର୍ଘଟଣା ଘଟେ ସେଥିପାଇଁ କିଏ ଦାୟୀ ରହିବ ଯିଏ ବାଲି ରାସ୍ତା ଉପରେ ରଖୁଛି ସେହି ଠିକା ସଂସ୍ଥା ନା ସ୍ଥାନୀୟ ପ୍ରଶାସନ ନା ରାଜ୍ୟ ସରକାର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାତୀୟ ରାଜପଥ ଉପରେ ରାସ୍ତା ଅବରୋଧ କରି ଟ୍ରକ ଟ୍ରକ ବାଲି ଠିକା ସଂସ୍ଥା ଦିନ ଦିନ ଧରି ରଖୁଥିବାବେଳେ ସ୍ଥାନୀୟ ପ୍ରଶାସନ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରା ନ ଯିବା ବୁଦ୍ଧିଜୀବୀ ମହଲରେ କ୍ଷୋଭର ବିଷୟ ପାଲଟିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories