www.samajalive.in
Saturday, December 6, 2025
15.1 C
Bhubaneswar

ଡାକ୍ତରଖାନା ‘କେୟାର ଏଣ୍ଡ କେୟାର’ର ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବାସୁଦେବପୁର : ବାସୁଦେବପୁରରେ ଏକ ଘରୋଇ ଡାକ୍ତରଖାନାର ଶୁଭ ଉଦ୍ଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ଶୁଭେନ୍ଦୁ ଭୁଷଣ ବେହେରାଙ୍କ ଉଦ୍ୟମରେ ବାସୁଦେବପୁର ରେ ସ୍ଵାସ୍ଥ୍ୟ ସେବାର ସୁଧାର ଅଣିବା ପାଇଁ କେୟାର ଏଣ୍ଡ କେୟାର ହସ୍ପିଟାଲର ପ୍ରତିଷ୍ଠା କରାଯାଇଛି । ଏହି ଘରୋଇ ଡାକ୍ତରଖାନାକୁ ଆଜି ଶୁଭ ଉଦ୍ଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଶୁଭ ଉଦ୍ଦଘାଟନ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବଡସାହି ବିଧାୟକ ସନାତନ ବିଜୁଳି, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ବାସୁଦେବପୁର ପୌରପାଳିକାର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ କୁମାର ବାରିକ, ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ସୁଶାନ୍ତ ସାମନ୍ତ, ବିଜେପି ଜିଲା ଉପସଭାପତି ଉଦୟନାରାୟଣ ମଲ୍ଲିକ, ବିଜେପି ନେତା ବାଣି କଲ୍ୟାଣ ମହାନ୍ତିଙ୍କ ସହିତ ଅନ୍ୟମାନେ ଯୋଗ ଦେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories