www.samajalive.in
Saturday, December 6, 2025
26.1 C
Bhubaneswar

ଶିଶୁ ଓଠରେ ହସ ଦେଇ ଯିଏ ଖୁସିର ସନ୍ଧାନ କରନ୍ତି  

ରେଙ୍ଗାଲିକ୍ୟାମ୍ପ: ଆଜି ପ୍ରତି ବର୍ଷ ଭଳି  ଶିଶୁ ଦିବସ ଅବସରରେ  ଶିକ୍ଷୟିତ୍ରୀ ଅନସୂୟା୍ ଦେବତା କୁନି କୁନି ପିଲାଙ୍କୁ ଜୋତା ବଣ୍ଟନ କରି ଶିଶୁଙ୍କ ମୁହଁରେ ଚେନାଏ ହସ ଦେବାର ପୁଣି ଏକ ପ୍ରୟାସ କରିଥିଲେ। ପ୍ରକାଶ ଥାଉ କି ଶ୍ରୀମତୀ ଦେବତା ଗତ କିଛି ବର୍ଷ ଧରି ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସରେ ପିଲାଙ୍କ ସହ କିଛି ସମୟ ବିତାଇବା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କରି ଆସୁଛନ୍ତି। ଆଜି ଅତାବିରା ବ୍ଲକ ଅନ୍ତର୍ଗତ ଲାଦର ପାଲି  ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଧପଡା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡାକ୍ତର ବିଶିଙ୍କ ଅଧ୍ୟକ୍ଷତାରେ ତଥା ଶିକ୍ଷକ ଶଙ୍କର ସାହୁଙ୍କ ପରିଚାଳନାରେ କୁନି କୁନି ପିଲାଙ୍କୁ ନେଇ ମହାସମାରୋହରେ ଶିଶୁ ଦିବସ ପାଳନ କରାଯାଇଥିଲା। ଏହି ଦିବସ ପାଳନରେ ବ୍ୟାଙ୍କ୍ ଅଫ ବରୋଦାର ଅତାବିରା ଶାଖା ପ୍ରବନ୍ଧକ ଆନନ୍ଦ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସିଆରସିସି ନୃପ ଭୁଏ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଥମେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। କୁନି କୁନି ଶିଶୁ ମାନେ ସଙ୍ଗୀତ ଗାନ କରିଥିଲେ। ଶ୍ରୀମତୀ ଦେବତାଙ୍କ ସହ ସମସ୍ତ ଅତିଥି କୁନି କୁନି ପିଲା ମାନଙ୍କୁ ଶିଶୁ ଦିବସର ମହତ୍ତ୍ଵ ପ୍ରତିପାଦନ କରିବା ସହ ଦେଶର ମହାନ୍ ପୁରୁଷ ମାନଙ୍କର କାହାଣୀ ତଥା ଜୀବନ ଚରିତ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ି ଭଳ ମଣିଷ ହେବା ପାଇଁ ଉତ୍ସାହ ଓ ପ୍ରେରଣା ଦେଇଥିଲେ। ପରିବର୍ତ୍ତିତ ସମୟ ସହ ତାଳ ଦେଇ ସମାଜରେ ଦୈନିକ ପରିବର୍ତ୍ତନ ଘଟୁଥିବା ବେଳେ ଶିଶୁ ମାନଙ୍କୁ ଏଥିସହ ପରିଚିତ କରାଇ ଭବିଷ୍ୟତ ପାଇଁ ପ୍ରସ୍ତୁତି ରହିବାକୁ କହିଥିଲେ। କୁନି କୋମଳମତି ପିଲାଙ୍କ ସହ କିଛି  ଅନ୍ତରଙ୍ଗ ମୁହୂର୍ତ୍ତ  ବିତାଇବାର ସୁଯୋଗ ପାଇଥିବାରୁ  ଶିକ୍ଷୟିତ୍ରୀ କୃତଜ୍ଞତା ଜଣାଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ। ଏହି ଅବସରରେ ସେ ବିଦ୍ୟାଳୟର ସମସ୍ତ ପିଲାଙ୍କୁ ଜୋତା ବିତରଣ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories