www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ରମ୍ପଙ୍କ ନୂଆ ଦଳରେ ହିନ୍ଦୁ ମହିଳା, ମିଳିଲା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଦଳରେ ଜଣେ ହିନ୍ଦୁ ମହିଳା ସ୍ଥାନ ପାଇଛନ୍ତି । ତୁଳସୀ ଗବାର୍ଡଙ୍କୁ ଟ୍ରମ୍ପ ଜାତୀୟ ଗୁଇନ୍ଦାସଂସ୍ଥାର ନିର୍ଦ୍ଦେଶକ ରୂପେ ଚୟନ କରିଛନ୍ତି । ସେନାରେ ନିୟୋଜିତ ରହିସାରିଥିବା ତୁଳସୀ ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଏଥିରେ ସେ ଅସଫଳ ରହିଥିଲେ । ୨୦୨୨ରେ ସେ ଡେମୋକ୍ରେଟିକ୍ ଦଳ(ଜୋ ବାଇଡେନଙ୍କ ଦଳ) ଛାଡି ଦେଇଥିଲେ । ପରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଭିଯାନରେ ସାମିଲ ହୋଇଥିଲେ ।

- Advertisement -

ତୁଳସୀ ଗବାର୍ଡଙ୍କ ମା’ ହିନ୍ଦୁ ଧର୍ମର ପାଳନ କରନ୍ତି । ହିନ୍ଦୁ ଧର୍ମ ସହ ଜଡିତ ଥିବାରୁ ତାଙ୍କ ମା’ ତାଙ୍କ ନାଁ ତୁଳସୀ ରଖିଥିଲେ । ସେ ସେନାରେ ଥିବା ସମୟରେ ଇରାକରେ ମଧ୍ୟ ନିୟୋଜିତ ଥିଲେ । ଅନେକ ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା କି ଟ୍ରମ୍ପଙ୍କ ବିଜୟ ପରେ ତାଙ୍କୁ ବଡ ଦାୟିତ୍ବ ମିଳିବ । ଘୋଷଣା ପରେ ସେ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ସବୁ ସମୟରେ ମଥାରେ ତିଳକ ଲଗାନ୍ତି ଏବଂ ମଞ୍ଚ ଉପରେ ‘ରାମ ରାମ’ କୁହନ୍ତି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories