www.samajalive.in
Friday, December 12, 2025
14.1 C
Bhubaneswar

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ରେ ଶିଶୁଦିବସ ସମାରୋହ

ଡେସ୍କ: ଗୁରୁବାର ଦିନ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ ଠାରେ ଶିଶୁ ଦିବସ ସମାରୋହ ମହାସମାରୋହରେ ପାଳିତ ଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ୍‌‌ ଦୈତ୍ୟାରି ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଭୁବନେଶ୍ୱର ମହାନଗର ନିଗମର ସିଟି ଇଞ୍ଜିନିୟର ବିଳାସ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିନ୍ମୟ କୁମାର ଦାସ, ପ୍ରାକ୍ତନ ଶିକ୍ଷକ ଭାଗିରଥି ପରିଡ଼ା, ବରିଷ୍ଠ ଶିକ୍ଷୟିତ୍ରୀ ଆଶାଲତା ବେହେରା, ପୁଷ୍ପିତା ନାୟକ ଓ ସୌଭାଗ୍ୟମଞ୍ଜରୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥିଗଣ ଶ୍ରୀଜଗନ୍ନାଥଙ୍କ ଠାରେ ମାଲ୍ୟାର୍ପଣପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ତତ୍‌‌ପରେ ବିଦ୍ୟାଳୟ ତରଫରୁ ଅତିଥି ସମ୍ବର୍ଦ୍ଧନା ଦିଆଯାଇଥିଲା। ବରିଷ୍ଠ ଶିକ୍ଷୟିତ୍ରୀ ଅମ୍ବିକା ପୃଷ୍ଟି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷୟିତ୍ରୀ ପ୍ରମିଳା ଜେନା ଓ ପ୍ରଭାସିନୀ ଦତ୍ତଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହିଥିଲେ।

ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଶିଶୁଦିବସର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ସମ୍ମାନିତ ଅତିଥିଗଣ ଓ ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନେ ଜାତିର ମହକ ଓ ଅସରନ୍ତି ସମ୍ଭାବନାର ଉତ୍ସ ବୋଲି କହିଥିଲେ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ ତଥା ମାତା, ପିତା ଓ ଗୁରୁଙ୍କ ଆଶିଷ ଲାଭ କରି ନିଜ ସ୍ୱପ୍ନପଥେ ଉଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ କଳାଉସ୍‌‌ôବର ଥିଏଟର ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ଜାତୀୟସ୍ତରକୁ ମନୋନୀତ ହୋଇଥିବା ବିଦ୍ୟାଳୟର ଡ୍ରାମାଦଳର ଛାତ୍ରଛାତ୍ରୀ, ପିଲାଙ୍କ ସଫଳତାରେ ଅନନ୍ୟ ଅବଦାନ ନିମନ୍ତେ ଗାଇଡ୍‌‌ ଶିକ୍ଷୟିତ୍ରୀ ମିସ୍‌‌ ସସ୍ମିତା ବେହେରା ଓ ଡ୍ରାମା ଶିକ୍ଷକ ଅଭୟ ଦାସଙ୍କ ସମେତ ସହଯୋଗ କରିଥିବା କ୍ରୀଡ଼ା ଶିକ୍ଷକଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଆକର୍ଷଣୀୟ ଭଜନ ବୋଲି ସମସ୍ତଙ୍କ ମନ ମୋହିଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରମିଳା ଜେନା ଓ ଦଶମ ଛାତ୍ର ରୁଦ୍ରପ୍ରସାଦ ସେନାପତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ମଦନମୋହନ ବେହେରା, ବୀଣାପାଣି ସାହୁ, ଅଞ୍ଜନା ବୋଷ, ଭାଗ୍ୟଶ୍ରୀ ନାୟକ, ସାଗରୀକା ଲେଙ୍କା, ଜ୍ୟୋତିର୍ମୟୀ ସାହୁ ଓ ଅତିଥି ଶିକ୍ଷକ ଶିବାନୀ ସାହୁ, ମନୋରଞ୍ଜନ ମିଶ୍ର ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ବିଦ୍ୟାଳୟସ୍ତରୀୟ ବାଲ୍‌‌ ବୈଜ୍ଞାନିକ ପ୍ରଦର୍ଶନୀ ଅବସରରେ କୃତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଆକର୍ଷଣୀୟ ଟ୍ରଫି ଓ ସାର୍ଟିଫିକେଟ୍‌‌ ପ୍ରଦାନ କରିଥିବା ୧୯୮୫ ବ୍ୟାଚ୍‌‌ର ଛାତ୍ର ବିଳାସ ବେହେରା ଓ ଶିଶୁଦିବସ ଅବସରରେ ପିଲାଙ୍କ ନିମନ୍ତେ ମିଷ୍ଟାନ୍ନ ବ୍ୟବସ୍ଥା କରିଥିବା ସେହି ବ୍ୟାଚ୍‌‌ର ଛାତ୍ର ଡ଼ଃ ନୃପେନ୍ଦ୍ର ଶତପଥିଙ୍କୁ ପ୍ରଧାନଶିକ୍ଷକ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଶିକ୍ଷୟିତ୍ରୀ ପ୍ରଭାସିନୀ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ସସ୍ମିତା ପାଣିଗ୍ରାହୀ ଓ ସଭ୍ୟ ସୁବାସ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ବିଦ୍ୟାଳୟ କର୍ମଚାରୀ ରବୀନ୍ଦ୍ର ବେହେରା, ଅମର ପ୍ରସାଦ ମହାନ୍ତି, ଗଣେଷ ନାୟକ, ସିପ୍ରାରାଣୀ ମହାନ୍ତି, ଧନେଶ୍ୱର ନାୟକ, ରାଜୁ ନାୟକ ଓ ମମତା ମହାରଣା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories