www.samajalive.in
Monday, December 8, 2025
27.1 C
Bhubaneswar

ଦୁବାଇରେ ଚମକିଲେ ପଦ୍ମାଳୟା ନନ୍ଦ

କଟକ : ଦୁବାଇଠାରେ ଅନୁଷ୍ଠିତ ୧୯ ତମ ଅନ୍ତର୍ଜାତୀୟ  ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ସମ୍ବଲପୁରୀ ପୋଷାକରେ ତାଙ୍କର ଜଲୱା ପ୍ରଦର୍ଶନ କରିଛନ୍ତି ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ ପଦ୍ମାଳୟା ନନ୍ଦ । ଏଥିପାଇଁ ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହା ଛଡା ବସୁଧୈବ  କୁଟୁମ୍ବକମ ଭାରତୀୟ ବେଦ ବାର୍ତ୍ତା ପ୍ରଚାର ପ୍ରସାର କରି ବିଶ୍ୱ ଯୁବ ସମୁଦାୟ ସାଂସ୍କୃତିକ ଦୂତ ଭାବେ କାମ କରି ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଥିଲେ । ନଭେମ୍ବର ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଦୁବାଇଠାରେ ଜାତିସଂଘ ସହ ସହବନ୍ଧିତ ଅନ୍ତର୍ଜାତୀୟ ୱାଇଜମ୍ୟାନ ଇଣ୍ଟରନାସନାଲ ପକ୍ଷରୁ ଅନୁଷ୍ଠିତ ୧୯ ତମ ଅନ୍ତର୍ଜାତୀୟ  ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ  ବିଶ୍ୱ ଯୁବସମୁଦାୟ ସହ ଭାବ ବିନିମୟ ଅବସରରେ ଏହି ବାର୍ତ୍ତା ରଖିଛନ୍ତି । ଏହି ଯୁବ ସମ୍ମିଳନୀରେ ପୃଥିବୀର  ୭୫ ଦେଶରୁ  ବିଭିନ୍ନ କ୍ଷେତ୍ରରେ ସଫଳତା  ଅର୍ଜନ କରିଥିବା  ଯୁବ ପ୍ରତିନିଧିମାନେ ଯୋଗଦେଇଥିଲେ । ୨୦୧୭ ମସିହାରେ ପଦ୍ମାଳୟା ନନ୍ଦ ପ୍ରଥମ ଭାରତୀୟ ଭାବେ ୟୁରୋପର ଜର୍ଜିଆଠାରେ ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ୍ ହେବାର ସଫଳତା ଅର୍ଜନ କରିବା ସହ ଓଡ଼ିଆ ସଂସ୍କୃତି ଓ ସମ୍ବଲପୁରୀ ନୃତ୍ୟକୁ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।ଏବେ ପଦ୍ମାଳୟା ରେଭେନ୍ସା ବିଶ୍ୱ ବିଦ୍ୟାଳୟର ମନସ୍ଥତ୍ୱ ବିଭାଗ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ । ସେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଓ ଡାକ୍ତର ଶୁଭସୁଧା ପ୍ରିୟଦର୍ଶିନୀଙ୍କ ଜ୍ୟେଷ୍ଠ କନ୍ୟା । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories