ଯାଜପୁର: କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ମିଳିତ ଭାବେ ସୁକିନ୍ଦା କୃଷି ମହୋତ୍ସବକୁ ଉଦଘାଟନ କରିଛନ୍ତି। ନିଜ ବକ୍ତବ୍ୟରେ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ରାଜ୍ୟ ସରକାର କୃଷିକୁ ବେଶ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ କିଭଳି କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି। ଫଳରେ ରାଜ୍ୟ କୃଷି କର୍ମଣ ପୁରସ୍କାର ପାଇବାରେ ସକ୍ଷମ ହୋଇଛି। ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ କହିଥିଲେ ସୁକିନ୍ଦା ଆଜି ଖଣି ଖାଦାନ ଓ ଶିଳ୍ପରେ ସମୃଦ୍ଧ। ହେଲେ ସୁକିନ୍ଦା ଓ ଦାନଗଦି ବ୍ଲକ ଆଜି ମଧ୍ୟ ଚାଷରେ ଦୁଇ ଅଗ୍ରଣୀ ବ୍ଲକ। ଏହାର ଅଧିବାସୀ ସବୁ ସମୟରେ ଚାଷକୁ ଗୁରୁତ୍ୱ ଦିଅନ୍ତି। ଗୋଟିଏ ପଟେ ଶିଳ୍ପ ହସୁଥିଲା ବେଳେ ଚାଷରେ ଉର୍ବର ଜମି ତାର ଫସଲକୁ ନେଇ ହସୁଥାଏ। ଏହା ସୁକିନ୍ଦାର ପରିଚୟ ହୋଇଛି।
Popular Categories



