www.samajalive.in
Monday, December 15, 2025
16.1 C
Bhubaneswar

ଦୋଷୀକୁ କଠୋର ଦଣ୍ଡ ମିଳୁ : ଏବିଭିପି

ସମ୍ବଲପୁର: ବାଲେଶ୍ୱରର ଫକୀର ମୋହନ ମହାବିଦ୍ୟାଳୟରେ ଘଟିଥିବା ଭୟଙ୍କର ଯୌନ ଓ ମାନସିକ ନିର୍ଯ୍ୟାତନା ପାଇଁ ଜଣେ ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଘଟଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୃଢ଼ ନିନ୍ଦା କରିଛି। ଏହି ମର୍ମରେ ସମ୍ବଲପୁର ଠାରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇ ଏହି ଘଟଣାର ଦୃଢ଼ ନିନ୍ଦା କରିବା ସହିତ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତାଫା ଦାବି କରିଛନ୍ତି। ଶ୍ରୀ ବରାଇ କହିଛନ୍ତି ଯେ, ଏହି ଅମାନବୀୟ ଘଟଣା ସମଗ୍ର ଛାତ୍ର ସମାଜର ବିବେକକୁ ଦୋହାଲାଇ ଦେଇଥିବା ବେଳେ ଘଟଣାର ପ୍ରଥମ ଦିନରୁ ହିଁ ଏବିଭିପି ପିଡିତାଙ୍କ ସହିତ ଦୃଢ଼ ରୂପେ ଛିଡା ହୋଇ ରହି ତାଙ୍କୁ ନୈତିକ ଏବଂ ଭାବପ୍ରବଣ ସମର୍ଥନ ଦେଇଥିଲେ। ଏଥି ସହ ଦୋଷୀ ମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲା। ଏ ନେଇ ଏବିଭିପି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ ନ୍ୟାୟ ଦାବି କରି ତାଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଦୃଢ଼ ପ୍ରତିବାଦ ମଧ୍ୟ କରିଥିଲା।

ଏବିଭିପି ପିଡିତାଙ୍କ ସହିତ ଛିଡା ହୋଇଥିବା ବେଳେ ଏନଏସୟୁଆଇ ଏବଂ ବିସିଜେଡି ଭଳି ଛାତ୍ର ସଙ୍ଗଠନ ଗୁଡିକ ମହାବିଦ୍ୟାଳୟ ପ୍ରଶାସନକୁ ସମର୍ଥନ କରିଥିଲା। ଏହି ସଙ୍ଗଠନ ଗୁଡିକ ବିଭାଗ ମୁଖ୍ୟଙ୍କ ସମର୍ଥନରେ ଆବେଦନପତ୍ର ଦାଖଲ କରିଥିଲ, ଯାହା ସ୍ପଷ୍ଟ ରୂପେ ଦର୍ଶାଉଛି ଯେ ସେମାନେ ପୀଡିତାଙ୍କ ଦୁଃଖକୁ ଅଣଦେଖା କରିଥିଲେ ଏବଂ ଯୌନ ଓ ମାନସିକ ନିର୍ଯ୍ୟାତନାରେ ଜଡିତ ଲୋକଙ୍କୁ ପରୋକ୍ଷରେ ସୁରକ୍ଷା ଦେଇଥିଲେ। ଏହି ଛାତ୍ର ସଙ୍ଗଠନ ମାନଙ୍କ କାର୍ଯ୍ୟକଳାପ ପିଡିତାଙ୍କ ମାନସିକ ସ୍ଥିତିକୁ ଆହୁରୀ କ୍ଷତି ପହୁଞ୍ଚାଇଥିଲା। ସେମାନଙ୍କର ବିଶ୍ୱାସଘାତକତା ଛାତ୍ରୀଙ୍କ ଯନ୍ତ୍ରଣାକୁ ବୃଦ୍ଧି କରିଥିବା ବେଳେ ଏବେ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଛାତ୍ର ସମାଜ ସେମାନଙ୍କର କପଟତାକୁ ଭଲ ରୂପେ ଜାଣିଛନ୍ତି। ଛାତ୍ରୀ ଜଣକ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିବା ସତ୍ୱେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଗୋଟିଏ ଅମୂଲ୍ୟ ଜୀବନ ଚାଲିଯାଇଛି। ପ୍ରଥମ ଦିନରୁ ମହାବିଦ୍ୟାଳୟ କତ୍ତୃପକ୍ଷ ଏବଂ ଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତର ସହିତ ନେଇଥିଲେ, ଛାତ୍ରୀଙ୍କୁ ନ୍ୟାୟ ମିଳିପାରିଥାନ୍ତା ଏବଂ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଆଜି ଘଟି ନ ଥାନ୍ତା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅପରାଗତା ଓ ଶିକ୍ଷା ବିଭାଗର ଦାୟିତ୍ୱହୀନତା ସମସ୍ତଙ୍କ ସମ୍ମୁଖକୁ ଆସିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଜ୍ୟ ସମ୍ପାଦକ ଶ୍ରୀ ବରାଇ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟା ସୀମରନ ପ୍ରଧାନ, ମହାନଗର ସମ୍ପାଦକ ନିତେଶ ପାଣିଗ୍ରାହୀ ମହାନଗର, ନଗର ସମ୍ପାଦକ ଦେବାଶିଷ ସିନ୍ଦ୍ରେିୟା ସମେତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories