www.samajalive.in
Saturday, December 6, 2025
15.1 C
Bhubaneswar

ଜଳମୟ ଅଞ୍ଚଳ, ଅସ୍ତବ୍ୟସ୍ତ ଜନଜୀବନ

ରେଙ୍ଗାଲିକ୍ୟାମ୍ପ: ଗତ କିଛି ଦିନ ଧରି ଲଗାତାର ବର୍ଷାରେ ନଈ ନାଳ ଆଦିରେ ପାଣି ପୁରି ରହିଥିଲା। କିନ୍ତୁ ଗତକାଲି ରାତିର ବର୍ଷା ଅତାବିରା  ଅଞ୍ଚଳରେ ଜନଜୀବନକୁ ବେଶ୍ ପ୍ରଭାବିତ କରିଛି। ପ୍ରବଳ ବର୍ଷାରେ ନାଳରେ ପାଣି ପ୍ରବଳ ବେଗରେ ଆସି କୂଳ ଲଙ୍ଘି ସାରିଛି। ଆଜି ଯଦି ପୁଣି ବର୍ଷା ହୁଏ  ତେବେ ତାହା ଘର ଭିତରକୁ ପ୍ରବେଶ କରିବ। ଅତାବିରା ୱାର୍ଡ ନଂ ୪ ରେ ଥିବା ଦମଦମା ପୋଲ ତଳ ଦେଇ ଯାଇଥିବା ରାସ୍ତା ଆଜି ସମ୍ପୂର୍ଣ୍ଣ ଜଳ ବନ୍ଦୀରେ ରହିଥିଲା। ଯାତାୟାତ ବନ୍ଦ ଥିଲା। ସ୍କୁଲ୍ ,କଜେକ୍ ଛାତ୍ର ଛାତ୍ରୀ ଆଜି ଏହି ରାସ୍ତା ଦେଇ ଆସି ପାରି ନଥିଲେ। ପୋଲ ଉପରେ ୩ରୁ ୪ ଫୁଟ ପାଣି ରହିଥିଲା। ମହିଳା ମାନଙ୍କ ପାଇଁ ରହିଥିବା ତୁଠ ଘର ଅଧାରୁ ଅଧିକ ବୁଡି ରହିଥିଲା ପାଣି ଭିତରେ। ଏହା ସହ ନିକଟସ୍ଥ ସମସ୍ତ ଘର ବାଡିକୁ ପାଣି ପଶି ସବୁ ଉଜାଡି ଦେଇଛି। ଏପରିକି ଘର ଆଗରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା।

ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ନଳିଆରେ ଆଜି ପ୍ରବଳ ବର୍ଷା ଯୋଗୁଁ ଅଧିକ ମାତ୍ରାରେ ପାଣି ପ୍ରବାହିତ ହେବା ସହ ଅନେକ ଦୂର ପର୍ଯ୍ୟନ୍ତ ବଢ଼ି ପାଣି ମାଡି ଯାଇଛି। ନଲିଆର ଉପକୂଳବର୍ତ୍ତୀ ବିଲରେ ପାଣି ମାଡ଼ି ଯାଇ ବାଲିଚର ହୋଇଯାଇଛି। ଆନୁମାନିକ ୧୫ରୁ ଅଧିକ ସଂଖ୍ୟକ ଚାଷୀଙ୍କ ୫୦ରୁ ଅଧିକ ଏକର ଜମିରେ ପାଣି ମାଡ଼ି ଜମି ବାଲିଚର ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ଏହି ଜମିର ଉର୍ବରତା ନଷ୍ଟ ହୋଇ ଉତ୍ପାଦନ କମି ଯାଏ ବୋଲି ଚାଷୀ ଙ୍କର ଚିନ୍ତା ରହିଛି।

- Advertisement -

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗୁବୁଗା ଗ୍ରାମରୁ ଝିଲିମିଣ୍ଡା ଯିବା ମୁଖ୍ୟ ରାସ୍ତାରେ ଚାଲିଛି ନୂତନ ପୋଲ ନିର୍ମାଣ କାର୍ଯ୍ୟ। ତେଣୁ ପୁରୁଣା ରାସ୍ତା ଦେଇ ଲୋକେ ଯିବା ଆସିବା କରୁଛନ୍ତି। ଏହି ପୋଲଟି ଉଚ୍ଚ ନ ଥିବାରୁ ବର୍ଷାରେ ପୋଲ ଉପରେ ଦୃତ ବେଗରେ ପାଣି ଯାଉଥିଲା। ଯାହା ଫଳରେ ଲୋକେ ଯିବା ଆସିବା କରିପାରି ନଥିଲେ। ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ୍ କଲେଜ୍ ଯିବା ବନ୍ଦ ହୋଇଯାଇଥିଲା। ପାଣିରେ ରାସ୍ତା ବୁଡ଼ିଥିବା ଯୋଗୁଁ  ସୋମବାର ସାପ୍ତାହିକ ବଜାରକୁ ପରିବା ଚାଷୀମାନେ ତାଙ୍କର ପରିବା ବିକ୍ରି ନିମନ୍ତେ ଆଣିପାରି ନଥିଲେ କି ଲୋକେ କିଣିବା ପାଇଁ ମଧ୍ୟ ବଜାରକୁ ଆସି ପାରିନଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories