ସମାଜ ଡିଜିଟାଲ ଡେସ୍କ: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଖୋଲିଛି ହୀରାକୁଦ ଗେଟ୍ । ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେବା ପରେ ବନ୍ୟା ଜଳ ଧୀରେ ଧୀରେ ମୁଣ୍ଡଳୀରେ ପହଞ୍ଚିଛି । ଫଳରେ ବୃଦ୍ଧି ପାଉଛି ମୁଣ୍ଡଳି ଜଳସ୍ତର । ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳି ଜଳସ୍ତର ୮୭,୭୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା ରହିଛି । ବାଙ୍କୀର ତାଳବସ୍ତ, ଶିମିଳିପୁର ଓ ଆଠଗଡ ଅଞ୍ଚଳ ବନ୍ୟା ପାଣି ଯୋଗୁ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ସେଠାକାର ବାସିନ୍ଦାକୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Popular Categories



