www.samajalive.in
Friday, December 5, 2025
26.1 C
Bhubaneswar

ଭୋଗରାଇ ବନ୍ୟା ଦୁର୍ଗତଙ୍କୁ ‘ସମାଜ’ ପକ୍ଷରୁ ରିଲିଫ ବଣ୍ଟନ

ଭୋଗରାଇ/କମର୍ଦ୍ଦା : ‘ସମାଜ’ ପକ୍ଷରୁ ସୁବର୍ଣ୍ଣରେଖା ବନ୍ୟା ଦୁର୍ଗତଙ୍କୁ ସୋମବାର ରିଲିଫ ବଣ୍ଟନ କରାଯାଇଛି। ବାଲେଶ୍ବର ଜିଲା, ଭୋଗରାଇ ବ୍ଲକର ବହୁ ପଞ୍ଚାୟତର କ୍ଷତିଗ୍ରସ୍ତ ଗାଁରେ ବନ୍ୟା ବିପନ୍ନଙ୍କୁ ରିଲିଫ ଦିଆଯାଇଛି। ବଡ଼ମନ୍ଦାରୁଣୀ, ଗବଗାଁ ସମେତ ଜୟରାମପୁର ପଞ୍ଚାୟତର ନାନକାର, ଠାକୁରଭଉଁରୀ, ଖଡ଼ିକାବାଡ଼ି ଆଦି ଗାଁରେ ଶତାଧିକ ବନ୍ୟା ବିପନ୍ନଙ୍କୁ ‘ସମାଜ’ ପକ୍ଷରୁ ଚୁଡ଼ା, ଚିନି, ବିସ୍କୁଟ, ଅମୁଲ ଆଦି ଶୁଖିଲା ଖାଦ୍ୟ ପୁଡ଼ିଆ ସହିତ ମହମବତି ଓ ଦିଆସିଲି ବଣ୍ଟନ କରାଯାଇଛି। ‘ସମାଜ’ ବାଲେଶ୍ବର ସଂସ୍କରଣ ଶାଖା କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ସ୍ଥାନୀୟ ୱାର୍ଡର ସେଚ୍ଛାସେବୀ ଯୁବକମାନେ ରିଲିଫ ବଣ୍ଟନରେ ସହାୟତା କରିଥିଲେ। ଲୋକସେବକ ମଣ୍ଡଳ ସଭାପତି ଓ ‘ସମାଜ’ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ରାଜକୁମାରଙ୍କ ନିର୍ଦେଶ କ୍ରମେ ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ଶ୍ରୀ ଦୀପକ ମାଲବ୍ୟ ଓ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ଜେନାଙ୍କ ତତ୍ତ୍ବାବଧାନରେ ଏହି ରିଲିଫ ପ୍ରଦାନ କାର୍ଯ୍ୟ ଚାଲୁ ରହିଛି। ଆଜିର ରିଲିଫ ବଣ୍ଟନରେ ଅଞ୍ଚଳର ସମାଜସେବୀ ସୁବ୍ରତ କୁମାର ପ୍ରଧାନ, ନରନାରାୟଣ ଦାସମହାପାତ୍ର, ଉତ୍ତମ କୁମାର ଦଳେଇ, ଶମ୍ଭୁନାଥ ଗିରି, ଦୁଲାଲ ପ୍ରଧାନ, ପ୍ରଭୁଦୟାଲ ଜେନା, ଅଜୟ କୁମାର ଗିରି, ବିଶ୍ବଭୂଷଣ ଗିରି, ଅରବିନ୍ଦ ପ୍ରଧାନ, ପଦ୍ମାବତୀ ଜେନା, ୱାର୍ଡ ସଭ୍ୟ ମାନସ ଗିରି, ମିନତି ଦିନ୍ଦା, ଚମ୍ପୂ ଗିରି ପ୍ରମୁଖ ସହଯୋଗ କରିଥିଲେ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories