www.samajalive.in
Saturday, December 6, 2025
15.1 C
Bhubaneswar

ବୁଲା ଗୋରୁଗାଈଙ୍କ ପାଇଁ ନାହିଁ ବ୍ୟବସ୍ଥା

ଗୁଣପୁର: ରାୟଗଡା ଜିଲା ଗୁଣୁପୁର ମୁଖ୍ୟରାସ୍ତା ଉପରେ ପ୍ରାୟ ସବୁବେଳେ ଗାଈ ଗୋରୁଙ୍କ ଚଳ ପ୍ରଚଳ କାରଣରୁ ପ୍ରତିଦିନ ଦୁର୍ଘଟଣା ଘଟିବାରେ ଲାଗିଛି। ପିଲା ଠାରୁ ବୁଢ଼ା ପର୍ଯନ୍ତ ସମସ୍ତେ ଏହାର ଶୀକାର ହେଉଛନ୍ତି। ମାଲିକ ମାନେ କ୍ଷୀର ବ୍ୟବହାର କରିସାରିବା ପରେ ନିଜ ଗୁହାଳରେ ବାନ୍ଧି ନ ରଖି ଛାଡ଼ିଦେବା କାରଣରୁ ଏହି ସମସ୍ୟା ଦେଖାଦେଇଛି। ଶହ ଶହ ଗାଈ ଗୋରୁ ମୁଖ୍ୟ ରାସ୍ତା ଉପରେ ପଡି ରହିବା କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ଵି ମାଲିକ ମାନଙ୍କର ବେଖାତିର ମନୋଭାବ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି।

ରାସ୍ତା ଖରାପ ସାଙ୍ଗକୁ ଗାଈ ଗୋରୁ ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା କାରଣରୁ ଦୁର୍ଘଟଣା ଘଟିବା ସ୍ୱାଭାବିକ ହୋଇଯାଇଛି। ବର୍ତ୍ତମାନ ରଥଯାତ୍ରା ସମୟରେ ମଧ୍ୟ  ମନ୍ଦିର ଯିବା ରାସ୍ତାରେ ଗାଈଗୋରୁ ମାନେ ଶୋଇ ରହିବା କାରଣରୁ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଛି। ତେବେ ପଶୁପକ୍ଷୀଙ୍କ ପ୍ରତି ମଣିଷର ଏଭଳି ଅମାନବିକତା ଓ ପୌର ପରିଷଦର ଉଦାସୀନତା ମନୋଭାବକୁ ସାଧାରଣରେ ନାପସନ୍ଦ କରାଯାଇଛି। ଯଥାଶୀଘ୍ର ସ୍ଥାନୀୟ ପୌରପାଳିକା କର୍ତ୍ତୃପକ୍ଷ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories