www.samajalive.in
Saturday, December 6, 2025
17.1 C
Bhubaneswar

ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ନୂଆପଦର ଅଞ୍ଚଳବାସୀଙ୍କ ଦାବୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଅଧିକାଂଶ ଜିଓ ଟାୱାର ନିର୍ମାଣର ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଜନସାଧାରଣ ଦୀର୍ଘ ବର୍ଷରୁ ଜିଓ ଟାୱାର ନିର୍ମାଣ ପାଇଁ ଦାବୀ କରି ଜିଓ ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ନ ହେବା ଏବଂ ଜନସାଧାରଣ ଏହି ସେବାରୁ ବଞ୍ଚିତ ହେବାରୁ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।

ଏଭଳି ଏକ ଜିଓ ଟାୱାର ଗତ ୨ ବର୍ଷ ତଳେ ନୂଆପଦର ପଞ୍ଚାୟତ ଟଣାସୁ କୁଟିରେ ନିର୍ମାଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ ଯାହାଦ୍ୱାରା ନୁଆଁ ପଦର ଅଞ୍ଚଳ ବାସୀ ଜିଓ ଟାୱାର ସେବାରୁ ବଞ୍ଚିତ ଅଛନ୍ତି। ଅଞ୍ଚଳବାସୀଙ୍କ ତରଫରୁ ଉପରିସ୍ଥ ପ୍ରଶାସନିକ ଅଧିକାରୀ ସମେତ ଜିଓ କର୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ଫଳ ମିଳିପାରିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories