www.samajalive.in
Saturday, December 6, 2025
15.1 C
Bhubaneswar

ସରିଲା ମଣ୍ଡି ତଥାପି ଚାଷୀ ଅସନ୍ତୋଷ

ଭବାନୀପାଟଣା: କଳାହାଣ୍ଡିରେ ରବି ଧାନ କିଣା ପାଇଁ ଖୋଲିଥିବା ଧାନ ମଣ୍ଡି ଶେଷ ହେଇଛି। ଶେଷ ଦିନରେ ଗତକାଲି ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୬୦ ହଜାର କ୍ଵିଣ୍ଟାଲ ଧାନ କିଣା ଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଳାହାଣ୍ଡି ଜିଲ୍ଲାରେ ରବି ଧାନ କିଣାବିକା ପାଇଁ ଗତ ୨୦ ତାରିଖରୁ ଧାନ ମଣ୍ଡି ଆରମ୍ଭ ହେଇଥିଲା। ଗତକାଲି ସୁଦ୍ଧା ଜିଲ୍ଲାରେ ୩୨ ଲକ୍ଷ ୫୧ ହଜାର କ୍ଵିଣ୍ଟାଲ ଧାନ କିଣା ସରିଲାଣି। ଶେଷ ଦିନରେ ଟୋକନ ଅବଧି ଥିବା ପ୍ରାୟ ୪୦୦ ଜଣ ଚାଷୀଙ୍କ ଠାରୁ ପ୍ରାୟ ୧ ଲକ୍ଷ ୬୦ ହଜାର କ୍ଵିଣ୍ଟାଲ ଧାନ କିଣାଯାଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ କହିଛନ୍ତି।

ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ବିଭିନ୍ନ ମଣ୍ଡିରେ ୧୫୮୭ ଜଣ ଚାଷୀଙ୍କର ୯୫ ହଜାର ୬୦୭ କ୍ଵିଣ୍ଟାଲରୁ ଅଧିକ ଧାନ ଆଜି ଶେଷ ଦିନରେ କିଣାଯାଇଛି। ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ସମସ୍ତ ମଣ୍ଡିରେ ଥିବା ଧାନ ମଧ୍ୟ କିଣା ଯାଇଥିବା ସୂଚନା ମିଳିଛି।

- Advertisement -

ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଥିବା ଧାନ ତିନ୍ତୁଥିବା ଦେଖିବାକୁ ମିଳୁଛି। ଦାସୀଗାଁ, ଗୌଡଛେଣ୍ଡିଆ ଭଳି କେତେକ ମଣ୍ଡିରେ ଶହ ଶହ କ୍ଵିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ମହିଚଲା ମଣ୍ଡି ପରିସରରେ ମଧ୍ୟ ଖୋଲା ଆକାଶ ତଳେ ବହୁ ପରିମାଣରେ ଧାନ ଥିବା ସୂଚନା ମିଳିଛି। ସେହିଭଳି ମୁଖିଗୁଡା, ବନ୍ଧକନା ପ୍ରଭୃତି ମଣ୍ଡିରେ ଧାନ ରହିଛି। ତେବେ ସମସ୍ତ ଧାନ ଆନୁଷ୍ଠାନିକ ଭାବେ କିଣା ସରିଥିବା ଆରଏମସି ସୂତ୍ରରୁ ପ୍ରକାଶ। ଏଣୁ ଚାଷୀଙ୍କ ସମସ୍ୟା ଆଉ ରହିବ ନାହିଁ। କେବଳ ପାଗ ଠିକ୍ ହେଲେ ମିଲର୍ଶ ମାନେ ଧାନ ଉଠାଇବେ ବୋଲି ଉଭୟ ଆରଏମସି ପକ୍ଷରୁ କୁହାଯାଇଛି।

ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ବିଜମରା ମଣ୍ଡିରେ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଣ୍ଡି ଗେଟ୍ ସମ୍ମୁଖରେ ଚାଷୀ ମାନେ ଟ୍ରାକ୍ଟରରେ ଧାନ ରଖି ବାଟ ଓଗାଳିଛନ୍ତି। ଫଳରେ ମଣ୍ଡି ଭିତରେ ଥିବା ଧାନ ବାହାରକୁ ଆସିପାରୁ ନାହିଁ। ଦୈତ୍ୟାରି ମାଝୀ ନାମକ ସ୍ଥାନୀୟ ଚାଷୀଙ୍କ କହିବା ଅନୁଯାୟୀ ତାଙ୍କର ୧୦୦ କ୍ଵିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନର ଶେଷ ଦିନ ଥିଲା। ହେଲେ ଗତ ୨୨ ତାରିଖରୁ ମଣ୍ଡି ଗେଟ୍ ବନ୍ଦ ରଖିଥିବାରୁ ଭିତରକୁ ଧାନ ନେଇ ପାରିନାହାନ୍ତି। ଫଳରେ ମଣ୍ଡି ବାହାରେ ଟ୍ରାକ୍ଟରରେ ଧାନ ରଖିଛନ୍ତି। ସେହିଭଳି ନିରଞ୍ଜନ ନାଏକ ନାମକ ଚାଷୀଙ୍କ ୫୬ କ୍ଵିଣ୍ଟାଲ ଧାନ ଅଛି। କିନ୍ତୁ ୨୨ ତାରିଖରୁ ମଣ୍ଡି ଗେଟ୍ ଖୋଲିନି। ଫଲରେ ଟୋକନ ଅବଧି ଶେଷ ହେଇଗଲା। ଏଣୁ ଧାନ ଆଉ ବିକ୍ରି ହେଇପାରୁନାହିଁ। ସେହିଭଳି ଯୁଗେଶ୍ୱର୍ ମାଝି, ଶଶି ମାଝି, ପ୍ରଶାନ୍ତ ସାହୁ ପ୍ରମୁଖ ଚାଷୀଙ୍କ ଧାନ ବିକ୍ରି ହେଇପାରିନଥିବାରୁ ସେମାନେ ଚିନ୍ତାରେ ଅଛନ୍ତି। ସୂଚନା ଅନୁଯାୟୀ ଗତ ସନ୍ଧ୍ୟା ସୁଦ୍ଧା ବିଜମରା ମଣ୍ଡିରେ ପ୍ରାୟ ୪୫ ଜଣ ଚାଷୀଙ୍କର ପ୍ରାୟ ୬ ହଜାର ବସ୍ତା ଧାନ ରହିଛି। ସେହିଭଳି ମଣ୍ଡି ବାହାରେ ମଧ୍ୟ ଅନେକ ଚାଷୀ ଧାନ ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories