ରାଇକିଆ: ବିଶ୍ବ ପରିବେଶ ଦିବସରେ ପାଳନ ଅବସରରେ ଶୁକ୍ରବାର ରାଇକିଆ ବ୍ଲକ୍ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁଙ୍କ ତତ୍ବାବଧାନରେ ତହସିଲଦାର ବହିଦାର ମୁର୍ମୁ, ଏବିଡି଼ଓ ଦିବ୍ୟ ସିଂ କହଁର, ବ୍ଲକ୍ ଆକାଉଣ୍ଟ ଲବ ପ୍ରଧାନ, ବ୍ଲକ୍ ପ୍ରକଳ୍ପ ସଂଯୋଜକ କମଲ ପ୍ରସାଦ ନାୟକ ଓ ଅନ୍ୟ କର୍ମଚାରୀ, ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ସମୁହ ଯୋଗ ଦେଇ ବିଭିନ୍ନ ପ୍ରଜାତିର ବୃକ୍ଷ, ଚାରା ରୋପଣ କରିଛନ୍ତି। ଗଛ ଗୁଡ଼ିକର ମଧ୍ୟ ଯତ୍ନ ନେବା ପାଇଁ ମଧ୍ୟ କୁହାଯାଇଛି। ଆଗାମୀ ଦିନରେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ପରି ବୃକ୍ଷ ରୋପଣ କରାଯିବ ବୋଲିି କୁହାଯାଇଛି।
Popular Categories



