ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ସଭାପତିତ୍ବରେ ବିକଶିତ ଗାଁ, ବିକଶିତ ଓଡ଼ିଶାର ବାର୍ଷିକ କାର୍ଯ୍ୟ ଖସଡ଼ା ୨୦୨୫/୨୬ ପ୍ରସ୍ତୁତି ନିମନ୍ତେ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଧାୟକ ନିହାର ମହାନନ୍ଦ, ସାଂସଦ ପ୍ରତିନିଧି କୁଶ କୁମ୍ଭାର, ଉପାଧ୍ୟକ୍ଷ ଅନନ୍ତ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ପଞ୍ଚାୟତ ଅଧିକାରୀ ମହମ୍ମଦ ଆକବର,ଅତିରିକ୍ତ ସହକାରୀ ଯନ୍ତ୍ରୀ ମନିଶିବା ମହାପାତ୍ର ମଞ୍ଚାସୀନ ଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀରିନ୍ଦ୍ର ସାହୁ ଅତିଥି ପରିଚୟ ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।
ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ଗୁଡିକରେ ଥିବା ସମସ୍ୟା ଗୁଡ଼ିକ ଉପରେ ଆଲୋଚନା, ସେଗୁଡ଼ିକର ସମାଧାନ ଦିଗରେ ରହିଥିବା ସରକାରୀ ଯୋଜନା, କାର୍ଯ୍ୟପନ୍ଥା ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବା ସହ ଗ୍ରାମ ଗୁଡ଼ିକର ବିକାଶ କରି ବିକଶିତ ଓଡ଼ିଶା ଗଠନ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ଆଲୋଚନା ହୋଇଥିଲା। ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପ ଚୟନ କରାଯାଇ କାର୍ଯ୍ୟ ଖସଡ଼ା ପାରିତ ହୋଇଥିଲା।



