www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ରାଫିକ୍‌ ପୋଷ୍ଟ ନିକଟରେ ଲାଗିବ ତୁଳସୀ ଗଛ

ଭୁବନେଶ୍ୱର: ସବୁ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ। ତୁଳସୀ ସର୍ବଶ୍ରେଷ୍ଠ। ତୁଳସୀ ଲାଗିଲେ ବାୟୁରେ ଅମ୍ଳଜାନ ମାତ୍ରା ଅଧିକ ରହିବ।  ଏବେ   ଅମ୍ଳଜାନ କମିକମି ଚାଲିଛି। ତୁଳସୀ ଗଛ ଅମ୍ଳଜାନ ଦେଇଥାଏ। ଫଳରେ ଟ୍ରାଫିକ୍‌ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଅଧିକ ଅମ୍ଳଜାନ ପାଇପାରିବେ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ସମୟରେ ହଜାର ହଜାର ଗଛ ଲଗାଇବାର ପରିକଳ୍ପନା କରାଯାଇଛି। ସବୁ ୟୁଏଲବି(ପୌରସଂସ୍ଥା)କୁ ତୁଳସୀ ଗଛ ଲଗାଇବାକୁ ନିର୍ଦେଶ ଦିଆଯାଇଛି। ଏପରିକି ଅଁଳା ଓ ସଜନା ଗଛ ସମେତ ବାରମାସୀ ଶାଗ ଗଛ ବି ଲଗାଯିବ। ‘ମା ପାଇଁ ଗଛଟିଏ’ ଆହ୍ୱାନରେ ବୃକ୍ଷରୋପଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ସହରକୁ ସବୁଜ ସୁନ୍ଦର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଟ୍ରାଫିକ୍‌ ପୋଷ୍ଟରେ ବଡ଼ ପରିବର୍ତ୍ତନ ଅଣାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories