www.samajalive.in
Friday, December 5, 2025
26.1 C
Bhubaneswar

ବୁଧବାର ରାଶିଫଳ: ସ୍ବାସ୍ଥ୍ୟ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ ଏହି ରାଶିର ବ୍ୟକ୍ତି

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉଛି। ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମେଧାବୀ ଓ ଜିତେନ୍ଦ୍ରିୟ ହେବେ। ଭୋଜନ ସୁସ୍ବାଦୁ ହେବ।

ବୃଷ: କର୍ମ ଚଞ୍ଚଳ ରହିବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସ୍ବାସ୍ଥ୍ୟ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ। ସାହସୀ ଓ ଜ୍ଞାନୀ ହେବେ।

- Advertisement -

ମିଥୁନ: ଆୟୁଷ୍ମାନ୍‌ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଯଶସ୍ବୀ ହେବେ। କର୍ମ ଚଞ୍ଚଳ ରହିବେ। ଧନ ଲାଭକାରୀ ହେବେ। ବହୁ ବିଦ୍ୟା ପାରଙ୍ଗମ ଓ ଅର୍ଥ ସହିତ ସମ୍ମାନ ମିଳିବ।

କର୍କଟ: ବୁଦ୍ଧି, ବିଦ୍ୟା ଓ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ଦୟାଦ୍ର ଚିତ୍ତ ହୋଇପାରନ୍ତି। କୁଳ ଉଜ୍ଜ୍ବଳକାରୀ ହେବେ। ବ୍ୟବସାୟ ଲାଭପ୍ରଦ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ପାରିବାରିକ ସ୍ନେହ ରହିବ।

ସିଂହ: ଭାଗ୍ୟଶାଳୀ ହେବେ। ଦିନଟି ସୁଖ-ସମୃଦ୍ଧି ପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ। ଲୋକ ସମ୍ପର୍କ ବୃଦ୍ଧି ହେବ। ।

କନ୍ୟା: ପ୍ରତିଶୋଧ ପରାୟଣ ହେବେ। ସ୍ବାଭିମାନୀ ହେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କୁ ଉଚ୍ଚାସନ ଦେଇ ନିଜ ମହାନତା ପ୍ରତିପାଦନ କରିପାରନ୍ତି। ସାରାଦିନ ସତର୍କରେ ଚଳିବେ।

ତୁଳା: ସୁଗୁଣ ସମ୍ପନ୍ନ ହେବେ। ପୁତ୍ର ସୁଖ ମିଳିବ। ଉତ୍ତମା ପତ୍ନୀଙ୍କଠାରୁ ପ୍ରେରଣା ମିଳିବ। ସେବା ମନୋଭାବ ହେବେ। ଅହଂକୁ ବିସର୍ଜନ ଦେଇ ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭପ୍ରଦ ହେବ।

ବିଛା: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଢେର ସୁନାମର ଅଧିକାରୀ ହେବେ। ବରିଷ୍ଠ ହେବେ।

ଧନୁ: ସତ୍‌ପୁତ୍ରର ପିତା ହୋଇ ଗର୍ବ ଅନୁଭବ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ।

ମକର: ମହୁମିତ୍ର, ବହୁଧନ ଓ ଭୋଗୀ ହୋଇପାରନ୍ତି। ଉଦାର ଚରିତ୍ରବାନ ହେବେ। ଦାନ-ଧ୍ୟାନରେ ଦୀକ୍ଷିତ ହୋଇପାରନ୍ତି। କୃଷି କର୍ମକାରୀ ହେବେ। ଜ୍ୟେଷ୍ଠ ନହୋଇ ବି ଶ୍ରେଷ୍ଠ ହେବେ।

କୁମ୍ଭ: କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିପାରନ୍ତି। ଆତ୍ମବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ।

ମୀନ: ଭାଗ୍ୟଶାଳୀ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ମିତ୍ର ସୁଖ ଲାଭ କରିବେ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories