ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କଦମ୍ବଗୁଡ଼ାସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଜିଲ୍ଲା କୃଷି କାର୍ଯ୍ୟାଳୟ ଓ ଲାଞ୍ଜିଗଡ ବ୍ଲକ କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନର୍ଲା ଜିଲ୍ଲା କୃଷି ଅଧିକାରୀ ଶୁଭେନ୍ଦୁ କର, ସମ୍ମାନିତ ଅତିଥି ଭାବେ କଦମ୍ବଗୁଡା ସରପଞ୍ଚ ସନ୍ତୋଷ ମାଝୀ, ବିଶେଷଜ୍ଞ ଭାବେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ପ୍ରକାଶ ଚନ୍ଦ୍ର ଜେନା, ଭୂପିନ୍ଦ୍ର ଗୀତାଲଧୋରି, କୃଷି ଓ ମୃତ୍ତିକା ବୈଜ୍ଞାନିକ ଶ୍ରଦ୍ଧା ମହାନ୍ତି, ତୁଳସୀ ମାଝୀ, କୃଷି ଇଞ୍ଜିନିୟର କ୍ଷିତୀଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଏଥିରେ ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଅନନ୍ତ ପଣ୍ଡା, ମତ୍ସ୍ୟ ଅଧିକାରୀ ଦେବବ୍ରତ ନାୟକ, ପ୍ରାଣୀ ସମ୍ପଦ ଅଧିକାରୀ ଡା. ଅମୀୟ କୁମାର ସା, ପ୍ରାଣୀ ନିରୀକ୍ଷକ ପ୍ରଶାନ୍ତ ହରିଜନ, ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ଦିବ୍ୟ ନାୟକ, ରାକେଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଲାଞ୍ଜିଗଡ ବ୍ଲକ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗ୍ରାମ୍ୟ କୃଷି ଅଧିକାରୀ ଭାସ୍କର ମାଝୀ, କୃଷି କାର୍ଯ୍ୟାଳୟ କର୍ମଚାରୀ ଜୟନ୍ତ ଧାଉଁରିଆ, ସୁଭଦ୍ରା ସାହୁ ପ୍ରମୁଖ ପରିଚାଳନା କରିଥିଲେ। କୃଷକ ସାଥୀ ଅନଙ୍ଗ ପ୍ରଧାନ, ନେପାଳ ଶବର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ କଦମ୍ବଗୁଡା ପଞ୍ଚାୟତର ବିଭିନ୍ନ ଗାଁରୁ ଦୁଇଶହରୁ ଉର୍ଦ୍ଧ୍ଵ ଚାଷୀ ସାମିଲ ହୋଇଥିଲେ।



