www.samajalive.in
Saturday, December 6, 2025
15.1 C
Bhubaneswar

ଷୋହଳ ପ୍ରହର ନାମଯଜ୍ଞ ଉଦଯାପିତ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ବସନ୍ତପଡା ପଞ୍ଚାୟତର ବସନ୍ତପଡ଼ା ଗ୍ରାମ ପରିସର ଠାରେ ଅନୁଷ୍ଠିତ ଷୋହଳ ପ୍ରହର ନାମଯଜ୍ଞ ନଗର ସଂକୀର୍ତ୍ତନ ଓ ଦଧି ହାଣ୍ଡି ଭାଙ୍ଗିବା ସହିତ ଉଦଯାପିତ ହୋଇଯାଇଛି। ବସନ୍ତପଡା ଗ୍ରାମ ପ୍ରହରୀ ମଣ୍ଡପ ପରିସର ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଏଥିପାଇଁ ସିନ୍ଧିବାହାଲି ପୋଖରୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଚାଁଚେର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ସାମିଲ ହୋଇଥିଲେ।

ଶୁକ୍ରବାର ନାମଯଜ୍ଞର ଅଧିବାସ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଶୁଭକଳସ ସ୍ଥାପନ କରାଯାଇଥିଲା। ଏଥିରେ କର୍ତ୍ତା ଭାବେ ରାଜେନ୍ଦ୍ର ମାଳି ଓ ଧର୍ମପତ୍ନୀ ପୂଲସ୍ଟି ମାଳି, ସହକର୍ତ୍ତା ଭାବେ ପର୍ଶୁରାମ ନାଏକ ଓ ଧର୍ମପତ୍ନୀ ଶାନ୍ତିଲତା ନାଏକ ଦାୟିତ୍ବ ତୁଲାଉଥିବା ବେଳେ ପୂଜକ ଭାବେ କୈଳାସ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ଦାସ, ନିରଜ କୁମାର ଦାସ, ସନ୍ତୋଷ ଆଚାର୍ଯ୍ୟ, ଶାଳୀନ କୁମାର କର ପ୍ରମୁଖ ଦାୟିତ୍ବ ତୁଲାଉଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories