ଫୁଲବାଣୀ: ଶୁକ୍ରବାର ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳାଫଳ ଅନୁସାରେ ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ପାସ ହାର ୯୭.୪୫% ରହିଛି। ସୂଚନା ଅନୁଯାୟୀ, ଜିଲ୍ଲାର ୨୧୪ଟି ହାଇସ୍କୁଲର ସମୂଦାୟ ୯୮୭୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬୨୫ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୩୫୪ ଛାତ୍ର ଏବଂ ୫୨୭୧ ଛାତ୍ରୀ ଅଛନ୍ତି। ୬ ଜଣ ଏ-୧ ଗ୍ରେଡରେ ପାସ ହୋଇଥିବା ବେଳେ ୪୬ ଜଣ ଏ-୨, ୩୦୩ ଜଣ ବି-୧, ୧୨୯୨ ଜଣ ବି-୨, ୨୮୫୬ ଜଣ ସି, ୩୭୩୩ ଜଣ ଡି ଏବଂ ୧୩୮୯ ଜଣ ଇ ଗ୍ରେଡରେ ରହିଛନ୍ତି।
କନ୍ଧମାଳ ଜିଲ୍ଲାର ପାସହାର ରାଜ୍ୟ ପାସହାର ଠାରୁ ଅଧିକ ରହିଛି। ଏ -୧ ଗ୍ରେଡ ପାଇଥିବା ସମସ୍ତ ୬ ପରୀକ୍ଷାର୍ଥୀ ସରସ୍ବତୀ ଶିଶୁ ମନ୍ଦିରର ବୋଲି ଜଣାପଡିଛି। ଫୁଲବାଣୀ ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ଅନ୍ବେଷା ସାହୁ ୫୬୩ (୯୩.୮୩%) ମାର୍କ ସହ ଜିଲ୍ଲା ଟପ୍ପର ହୋଇଛନ୍ତି। ସେହିଭଳି ଫୁଲବାଣୀ ଶିଶୁ ମନ୍ଦିରର ବିକାଶ ରଞ୍ଜନ କର (୫୫୮,୯୩%), ବାଲିଗୁଡା ଶିଶୁ ମନ୍ଦିରର ସୁଶ୍ରୀ ସମ୍ପନ୍ନା ପଣ୍ଡା (୫୫୭,୯୨.୮୩%), ରାଇକିଆ ଶିଶୁ ମନ୍ଦିରର ଦିପ୍ତିମୟୀ ବିଷୋୟୀ (୫୪୭,୯୧.୧୬%), ଫୁଲବାଣୀ ଶିଶୁ ମନ୍ଦିରର ଅର୍ଚ୍ଚିତା ଲହରିଆ (୪୩,୯୦.୦୫%) ଏବଂ ସାଇ ଶ୍ରୀୟା ସାହୁ (୫୪୦,୯୦%)ଙ୍କୁ ଏ -୧ ଗ୍ରେଡ ମିଳିଛି।



